ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳିତ :ପୂର୍ବ ତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା | ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା (ପ୍ରିୟାମ୍ବୁଲ) ପଢିଥିଲେ | ଏହା ବ୍ୟତୀତ ପୂର୍ବତଟ ରେଳପଥର ସମସ୍ତ ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଓ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା | ଦୂର ଉପାନ୍ତ ସ୍ଥାନ ମାନଙ୍କରେ ଥିବା ରେଳବାଇ ଏବଂ ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ସ୍ଥାନରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପଠନ କରିଥିଲେ | ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ଶ୍ରୀ ସିଦ୍ଧାର୍ଥ କାଟି ଏବଂ ମୁଖ୍ୟ କାର୍ମୀକ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *