ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଉପଲବ୍ଧ ହେବ ଭିଟାମିନ ଯୁକ୍ତ ଚାଉଳ
ମାଲକାନଗିରି,୨୯/୭: ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଆଜିଠାରୁ ଉପଲବ୍ଧ ହେବ ଭିଟାମିନ ଯୁକ୍ତ ଚାଉଳ । ଯାହାର ଶୁଭ ଉଦ୍ଘାଟନ କରିଛନ୍ତି, ନିଜେ ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂ (ଭାପ୍ରସେ) ଓ ବିଧାୟକ (ଚିତ୍ରକୁନ୍ଡା) ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ଵାକାଙ୍କ ଉପସ୍ଥିତିରେ ଏହାର ଉଦ୍ଘୋଷଣା କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା। ଏଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଏହି ଜିଲ୍ଲାରେ ଆଗାମୀ ଦିନରେ ଉପକୃତ ହେବେ ଲକ୍ଷ ଲକ୍ଷ ଗରିବ ହିତାଧିକାରୀ। ସୂଚନାଯୋଗ୍ୟ ଏହି କି,ସମଗ୍ର ରାଜ୍ୟରେ ମାଲକାନଗିରି ଜିଲ୍ଲାରେ ଏହିଭଳି ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରଥମ କରି ଆରମ୍ଭ କରିବା ଜନମାନସରେଏକ ବିଶେଷ ଆକର୍ଷଣ ସୃଷ୍ଟି କରିଛି।
