ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର

ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଅନ୍ତର୍ଗତ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ପରିସର ମଧ୍ୟରେ ଏକ ମୁକୁଳା ଆଉ ବିପଦ ଶଙ୍କୁଳ ବିଦ୍ୟୁତ ଟ୍ରାନ୍ସଫର୍ମର ଅଛି। ଯାହାର ଅତ୍ୟନ୍ତ ନିକଟରେ ବର୍ହି ଚିକିତ୍ସା ବିଭାଗ ଖୋଲା ଯାଇଛି। ଏଠାକୁ ପ୍ରତ୍ୟେହ ଶହ ଶହ ରୋଗୀ ଦେଖା ହେବାକୁ ଆସିଥାନ୍ତି। ଏହାର ଚାରିପଟେ ନା ତାର ବାଡ଼ ଅଛି ନା ପଥର ପାଚେରି। ଏହାର ଅତି ନିକଟରେ ସ୍କୁଲ ମଧ୍ୟ ଅଛି। ବୁଲା ଗାଈ ଗୋରୁ କୁକୁର ଇତ୍ୟାଦି ବାହାରର ଜୀବଜନ୍ତୁ ଆସି ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ସହିତ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ଅଛି। ଏହାକୁ ତୁରନ୍ତ ଏଠୁ ସ୍ଥାନାନ୍ତର କରିବା ପାଇଁ ଯୁବ ସମାଜ ସେବୀ ତଥା ଏରିଆର ଚଚ୍ଚିତ ନାୟକ ତାପସ ରଞ୍ଜନ ମାର୍ଥା ଦାବି ରଖିଛନ୍ତି। ଏଥିପାଇଁ ଯଦି କିଛି ଦୁର୍ଘଟଣା ଘଟେ ତାହେଲେ ଦାୟୀ କିଏ ? ବିଦ୍ୟୁତ ବିଭାଗ ନା ଡାକ୍ତରଖାନା କର୍ତ୍ତୃପକ୍ଷ ବୋଲି ପ୍ରଶ୍ନ କରିଛନ୍ତି।ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *