ଭଦ୍ରକ ଓକିଲ ସଂଘ ପକ୍ଷରୁ ପ୍ରତିବାଦ ସଭା ବିଚାରପତି ଓ ଓକିଲଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କ ନିକଟରେ ଦାବୀ


ଭଦ୍ରକ, ୩୦/୭ – ଭଦ୍ରକରେ ଓକିଲ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ରାଞ୍ଜୀ ଧାନବାଦର କାର୍ଯ୍ୟରତ ଜିଲ୍ଲାଜର୍ଜ ତଥା ଦୌରାଜର୍ଜ ଉତ୍ତମ ଆନନ୍ଦଙ୍କ ବର୍ବୋରତିତ୍ତ ହତ୍ୟାକୁ ନିନ୍ଦା କରାଯାଇଥିଲା । ଏବଂ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବାରର୍ ସମସ୍ତ ସଦସ୍ୟ ମାନେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ସାରା ଦେଶରେ ଓକିଲ ଓ ବିଚାରପତିମାନଙ୍କ ଉପରେ ଘଟୁଥିବା ଆକ୍ରମଣ କାର୍ଯ୍ୟକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ଏକ ଦୃଢ ସୁରକ୍ଷା ଯୋଗାଇଦେବାକୁ ବୈଠକରେ ସର୍ବସମ୍ମତି କ୍ରମେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଉକ୍ତ ସଭାରେ ସଂଘର ସଭାପତି ଦିଲ୍ଲିପ ମହାପାତ୍ର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସେହିପରି ବାଲେଶ୍ୱର ଜିଲ୍ଲାର ସୋର କୋର୍ଟରେ ଜଣେ ସିନିୟର ଆଡ଼ଭୋକେଟ୍‌ଙ୍କୁ ନୟାପଲ୍ଳୀ ପୋଲିସ୍ ଓ ସୋର ପୋଲିସ୍ ମାଡ଼ମାରି ବେଆଇନ୍‌ଭାବେ ଥାନାରେ ରାତି ୧୦ଟାରୁ ଦିବା ୩ ଘଟିକା ପର୍ଯ୍ୟନ୍ତ ଅଟକ ରଖିବା ଘଟଣାକୁ ନେଇ ଓକିଲ ସଂଘର ନିନ୍ଦା କରାଯାଇଥିଲା । ଏତଦ୍ ବ୍ୟତୀତ ଭଦ୍ରକ ଓକିଲ ସଂଘ ପକ୍ଷରୁ ସୋର ବାଲେଶ୍ୱର ଓକିଲ ସଂଘର ଆନ୍ଦୋଳନକୁ ସମର୍ଥନ କରିବା ସହିତ ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟକୁ ବିରୋଧ କରିବାକୁ ନେଇ ଆସନ୍ତା ସୋମବାର ଗୋଟିଏ ଦିନ ଭଦ୍ରକ ଓକିଲସଂଘର ସଦସ୍ୟମାନେ ସିଜ୍ ୱାର୍କ କରିବାକୁ ପ୍ରସ୍ତାବ ଗୃହିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବାର୍‌ର ସଂପାଦକ ଜିତେନ୍ଦ୍ର ପଣ୍ଡା, ଉପସଭାପତି କରୁଣା କର ଦାସ, ନିକୁଞ୍ଜ ପୁହାଣ, ସୁରେନ୍ଦ୍ର କର, ସଂଗ୍ରାମ ଜେନା, ଅଶୋକ ନାୟକ, ସେକ୍ ସାହାଜାନ୍‌, ସଞ୍ଜୟ ନାୟକ, ଅଭୟ ସେଠୀ, ବରିଷ୍ଠ ଆଇନ୍‌ଜୀବୀ ଦିବ୍ୟସିଂ ନାୟକ, ପର୍ଶୁରାମ ଦ୍ୱିବେଦୀ , ଅରୁଣ ଚାନ୍ଦ, ବିଜନ ଜେନା, ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ପାଢୀ, ରାଜୀବ ବାରିକ, ସେକ୍ ଇସ୍ତାହାର, କରୁଣାକର ଦାସ, ପବନ ଶର୍ମା, କାହ୍ନୁ ବାରିକ, ପୂର୍ଣ୍ଣ ମହାନ୍ତି, ମାଧବା ନନ୍ଦ ଦାସ, ଦାମୋଦର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ଯୋଗଦେଇଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *