ରାୟଗଡ ପ୍ରେସ କ୍ଳବ୍ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି
ରାୟଗଡ଼ା : ତା: ୧୭/୧୨/୨୩ରାୟଗଡ ପ୍ରେସ କ୍ଳବ୍ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ବରିଷ୍ଠ ଆଇନଜୀବି ତଥା କ୍ଳବର ଆଇନ ପରାମର୍ଶଦାତା ଶ୍ରୀ ମଦନମୋହନ ପାଢୀଙ୍କ ତତ୍ବାବଧାନରେ ଏକ ସାଧାରଣର ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ଳବ୍ ର ସାଧାରଣ ପରିଷଦର ବୈଠକର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ ଶ୍ରୀ ମଦନମୋହନ ପାଢୀଙ୍କ ତତ୍ବାବଧାନରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଆସନ୍ତା ଦୁଇ ବର୍ଷ ପାଇଁ ସର୍ବସମ୍ମତିକ୍ରମେ କ୍ରମେ ଏହି କର୍ମ କର୍ତ୍ତା ଚୟନ କରାଯାଇଥିଲା।ସର୍ବସମ୍ମତିକ୍ରମେ ଉପଦେଷ୍ଟା ଭାବେ ଶ୍ରୀ କୃଷ୍ଣ କୁମାର ଜେନା , ସଭାପତି ଭାବେ ଶ୍ରୀ ଯୋଗେଶ୍ଵର ଦାସ , ସାଧାରଣ ସମ୍ପାଦକ ଭାବେ ଶ୍ରୀ ରଞ୍ଜନ କୁମାର ରଥ , ଉପସଭାପତି ଭାବେ ସି ଏଚ୍ ଶ୍ରୀନିବାସ , ଯୁଗ୍ମ ସଂପାଦକ ଭାବେ ଆଶିଷ ରଞ୍ଜନ ପଣ୍ଡା , କୋଷାଧ୍ୟକ୍ଷ ଭାବେ ସୀମାଞ୍ଚଳ ପଣ୍ଡା , ସଂଘଠନ ସମ୍ପାଦକ ଭାବେ ଶିବ ସାଇ ବକ୍ସିପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ କ୍ଳବ୍ ର ବରିଷ୍ଠ ସଦସ୍ୟ ଶ୍ରୀ ଗୋପ ରଞ୍ଜନ ବକ୍ସିପାତ୍ର ଓ ଶ୍ରୀ ଶଙ୍ଗ୍ରାମ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ଉକ୍ତ ନିର୍ବାଚନ କାର୍ଯ୍ୟକ୍ରମ ରେ ପ୍ରେସ କ୍ଳବ୍ ସଦସ୍ୟ ଗୋପାଳ ସିଂ ଅଧିକାରୀ , ବାଳକୃଷ୍ଣ ପଟ୍ଟନାୟକ , ସୁବ୍ରତ ଚୈ।ଧୁରୀ, ୱଇ ଦାମୋଦର ରାଓ , ସୁଶାନ୍ତ କୁମାର ପ୍ରଧାନ , ପ୍ରେମାନନ୍ଦ ପରିଛା , କୃଷ୍ଣ ଚନ୍ଦ୍ର ଦାଶ , ନୀତିନ ଚୌଧୁରୀ , ଏବଂ ଭର୍ଚୁଆଲ ମାଧ୍ୟମରେ ବି ଏଚ୍ ନାଗରାଜୁ , ଏବଂ ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା reporter
