ଶକ୍ତି ଶ୍ରୀ ତରଫ ରୁ ନାରୀ ସୁରକ୍ଷା ଅଧିକାର ଓ ଆତ୍ମ ନିଯୁକ୍ତି ଶୀର୍ଷକ ଆଲୋଚନା ।
ଅଦ୍ୟ ତା ୨୧.୦୮.୨୦୨୬ ରିଖରେ ଡାରୱିଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ ତରଫରୁ ସାଂପ୍ରତିକ ସମାଜରେ ନାରୀମାନଙ୍କ ଅନେକ ସମସ୍ୟାକୁ ଦୂରୀଭୂତ କରିବାକୁ ନାରୀ ସୁରକ୍ଷା ଅଧିକାର ଆତ୍ମ ନିଯୁକ୍ତି ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମ କରାଯାଇଛି ।ନାରୀମାନେ ନିଜକୁ ସୁରକ୍ଷିତ ରଖି ଅନ୍ୟ ମାନଙ୍କୁ ସୁରକ୍ଷା ଦେବାପାଇଁ ଅନେକ ନି ରହିଛି ।ଏହି ପରିପ୍ରେଖିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶକ୍ତି ଶ୍ରୀ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟ ଅତିଥି ପରିବର୍ତ୍ତନ୍ ଏନ ଜିଓ ର ଜିଲ୍ଲା ମହିଳା କମିଟି ର ସଦସ୍ୟା ବାସନ୍ତୀ ପରିଡ଼ା ସମାଜରେ ନାରୀ ନିର୍ଯାତନା ମାନସିକ ଯନ୍ତ୍ରଣା, ସାଇବର କ୍ରାଇମ ଭଳି ବିଭିନ୍ନ ସମସ୍ୟା ଓ ସେ ସବୁର ସମସ୍ୟାରୁ ନିଜକୁ କିଭଳି ସୁରକ୍ଷିତ ରଖି ପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ନାରୀ ସଶକ୍ତିକରଣ ନାରୀ ସୁରକ୍ଷା ଓ ନାରୀମାନଙ୍କ ଭୂମିକା ସମ୍ପର୍କ ରେ ସରତାଜ୍ ବନୋ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଶେଷରେ ଅଧ୍ୟାପିକା ଶକ୍ତିଶ୍ରୀ ସଂଯୋଜିକା ସଞ୍ଜିତା ଖୋସ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା କର୍ମଚରୀ ଉପସ୍ଥିତ ରହି ଥିଲେ ।
