ବିଗିଡି ଗଲାଣି ଶାସନ”
“ବିଗିଡି ଗଲାଣି ଶାସନ”
ରଜନୀକାନ୍ତ ରଥ, ରାଜନଗର, କେନ୍ଦ୍ରାପଡ଼ା,
ସ୍ୱାଧୀନ ଦେଶର ନାଗରିକ ଆମେ
ସ୍ବପ୍ନ ଆମ ଅସୁମାରୀ।
ଲୁହ ଲହୁ ଦେଇ ଭାରତ ମାତାକୁ
ପରାଧୀନତା ରୁ ସ୍ୱାଧୀନ କରିଲେ
ଗାନ୍ଧୀ ଗୋପବନ୍ଧୁ ଆଦି ମନିଶୀ ଗଣ।
ରାମରାଜ୍ୟ ର ସ୍ବପ୍ନ ଦେଖିଥିଲେ
ସ୍ୱାଧୀନତା ସେନାନୀ ଗଣ।
ଗଣତନ୍ତ୍ର ଆଣି ଦେଇଥିଲେ
ଦେଶକୁ ଆମର।
ସାର୍ବଭୌମ ଗଣତାନ୍ତ୍ରିକ ସମାଜବାଦୀ ରାଷ୍ଟ୍ର ଗଢିଲେ ସେମାନେ।
ହେଲେ ଆମେ ଶାସନ କଲୁ
ଆମ ଇଚ୍ଛାରେ।
ଗଣତନ୍ତ୍ର ରୁ ଜଣତନ୍ତ୍ର ରେ ଶାସନ କଲୁ ଆମ ଇଚ୍ଛାରେ।
ନିର୍ବାଚନ ଆଣିଦେଲା ଲୋକଙ୍କୁ
ଠକିବାର ବାଟ।
ମାଳ ମାଳ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରତାରିତ କଲେ।
ନେତାଏ ଠୁଳ କଲେ ଅମାପ ସମ୍ପତ୍ତି।
ଜୋକ ପରି ଶୋଷି ନେଲେ ଜନତାଙ୍କ ରକ୍ତ।
ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଓ ଭ୍ରଷ୍ଟାଚାର କରିଲା ରାଜୁତି।
ନିର୍ବାଚନୀ ପ୍ରତିଶ୍ରୁତି ହୋଇଗଲା
ପାଣିର ଗାର।
ଯନ୍ତ୍ରୀ ମାନେ ଶୋଷି ନେଲେ ସେତୁ,ରାସ୍ତା ଓ କୋଠା ବାଡି।
ସେତୁ ,କୋଠା ,ରାସ୍ତା ସାଜିଲା ମରଣ ଜନ୍ତା।
ମାଳ ମାଳ ଜାଗା କୋଠା ବାଟି ଓ କୋଟି କୋଟି ଟଙ୍କା।
ଗଣି ଗଣି ବେହlଲ ହେଲେ
ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ।
ଶିକ୍ଷା ସ୍ବାସ୍ଥ୍ୟ ଓ ଗମନା ଗମନ ରେ
ମହା ଘୋଟlଲା
ଅଧିକାରୀ ମାଲlମାଲ
ସାଧାରଣ,ଛାତ୍ର ବେହାଲ।
ମହିଳା ସଶକ୍ତିକରଣ ନାଁରେ
କୋଟି କୋଟି ଟଙ୍କା ଚଳୁ କରୁଛନ୍ତି
ସରକାର ହେଲେ ମହିଳା ବେହlଲ।
ଚାଷୀ ମlରଣ ନୀତି ଆପଣେଇ ନେଇଛନ୍ତି ସରକାର ଚାଷୀ ହେଲେଣି କlଙ୍ଗlଳ।
