ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଭଦ୍ରକ, ୩୧/୭ – ଧାମନଗର ବ୍ଲକ ଅନ୍ତର୍ଗତ କରଦା ନୋଡ଼ାଲ ବିଦ୍ୟାଳୟର ଆଦର୍ଶ ପ୍ରଧାନଶିକ୍ଷକ ଅଶୋକ କୁମାର ଦାସଙ୍କୁ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ସଭାରେ ଶିକ୍ଷାବିତ୍ ଅଭିମନ୍ୟୁ ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବରେ ବ୍ଲକଶିକ୍ଷାଧିକାରୀ ପିତାମ୍ବର ବାରିକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ ନାୟକ ଉଦ୍ଘାଟନ କରିଥିଲେ । ଅତିଥିଭାବେ ସନ୍ତୋଷ କୁମାର ସେଠୀ, ନିରାକାର ଧଳ, ରାଧାଶ୍ୟାମ ନାୟକ, ମନ୍ମଥ ରାଉତ, ସନ୍ତୋଷ ଲେଙ୍କା, ଭାବଗ୍ରାହୀ ଖୁଣ୍ଟିଆ, ଯତୀନ୍ଦ୍ର ସେନାପତୀ, ନିରାକାର ରାଉତ, ଶ୍ରୀକାନ୍ତ ସାହୁ, ତପନ ଦ୍ୱିବେଦୀ, ଶରତ ସାହୁ, ସମାଜସେବୀ ଜଗନ୍ନାଥ ଦାସ ପ୍ରମୁଖ ଯୋଗଦେଇ ଅବସରନେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କର ଛାତ୍ରବତ୍ସଳତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପିତାମ୍ବର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ପ୍ରଦୀପ କୁମାର ନାୟକ ସ୍ୱାଗତ ଭାଷଣ ଓ ହେମେନ୍ଦ୍ରନାଥ ମହାନ୍ତି ଅତିଥିପରିଚୟ ପ୍ରଦାନ କରିଥିଲେ । ରାଜଲକ୍ଷ୍ମୀ ସତଫଥି, ମିନାରାଣୀ ଦାସ, ତୃପ୍ତିଲତା ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ପକ୍ଷରୁ ଶ୍ରୀ ଦାସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ରାଜେଶ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।
