ପୁରୀ ଜିଲ୍ଲା ସ୍ତରୀୟ କୃଷି ନିତି ନିର୍ଦ୍ଧାରଣ ବୈଠକ

ପୁରୀ ଜିଲ୍ଲାର ୨୦୨୩-୨୪ ରବି ଋତୁପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ପ୍ରକୋଷ୍ଠରେ, ଅତିରିକ୍ତ ଜିଲ୍ଲାପାଳଙ୍କ ସଭାପତିତ୍ୱରେ କୃଷି ନିତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ପୁରୀ ଡଃ ମନୋଜ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ବିଭାଗର କୃଷି ଜିଲ୍ଲା ଅଧିକାରୀଙ୍କ ସମେତ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ପୁରୀ, ଅତିରିକ୍ତ ନିର୍ଦ୍ଦେଶକ ମୃତିକା ସଂରକ୍ଷଣ ବିଭାଗ, ପୁରୀ, ମୃତିକା ରସାୟନବିତ୍‌, ପୁରୀ, ନିର୍ବାହି ଯନ୍ତ୍ରୀ (କୃଷି), ପୁରୀ, ନିର୍ବାହି ଯନ୍ତ୍ରୀ (ସେଚନ), ପୁରୀ , ସେକ୍ରଟାରୀ, ପୁରୀ ନିମାପଡା କୋପ୍ ରେଟିଡଭ୍ ବ୍ୟାଙ୍କ, ଏଆର୍ ସି ଏସ୍‌, ପୁରୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ପୁରୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକ ସଂପର୍କରେ ବିସ୍ତୃତ ବିବରଣୀ ପାଠ କରିଥିଲେ । ଏଥିରେ ସେ ଗତ ଖରିଫ୍ ଋତୁରେ କୃଷି ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ ସରକାରୀ ଯୋଜନା ସହ ଲୋକାଭିମୁଖି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରବା ସହିତ ଚଳିତ ରବି ଋତୁ ପାଇଁ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ତାପରେ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ପୁରୀ ତାଙ୍କର ବିବରଣୀ ପାଠ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମହୋଦୟ କିପରି ସରକାରୀ ଯୋଜନା ସବୁ ଲୋକଭିମୁଖୀ ହେବା ସହ ତାର ସୁଫଳ ସମସ୍ତ ଚାଷୀ ପାଇପାରିବେ ସେ ସମ୍ପର୍କରେ କହିଲେ । ପରିଶେଷରେ
କୃଷି ଜିଲ୍ଲା ଅଧିକାରୀ, ସାକ୍ଷୀଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *