ବିଧାୟକଙ୍କ ପକ୍ଷରୁ ଆକାଂକ୍ଷା ସ୍କୁଲ କାର୍ଯ୍ୟ ସମୀକ୍ଷା ଓ ମାସ୍କ ବିତରଣ

ଭଦ୍ରକ, ୧/୮ – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଉଚ୍ଚବିଦ୍ୟାଳୟର ‘ଆକାଂକ୍ଷା ସ୍କୁଲ’ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମୀକ୍ଷା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ କରିଥିôବା ଜଣାଯାଇଛି । ବିଧାୟକ ପ୍ରଫୁଲ୍ଲ ସାମଲ ଓ ବିଧାୟକ ତଥା ସାଂସଦ ପ୍ରତିନିଧି ପ୍ରୟାସକାନ୍ତି ସାମଲଙ୍କ ନିର୍ଦ୍ଦେଶରେ ପ୍ରଣୀତ ଆକାଂକ୍ଷା ଯୋଜନାର ପଞ୍ଚସୂତ୍ରୀ ବିକାଶ କାର୍ଯ୍ୟ ତଦାରଖ କରିବା ସହ ତ୍ୱରିତ କାର୍ଯ୍ୟ ସମାପନ ପାଇଁ ସଂପୃକ୍ତ କାର୍ଯ୍ୟନିର୍ବାହୀ ଓ ସ୍କୁଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ଅନ୍ୟାନ୍ୟ ଆବଶ୍ୟକ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଶ୍ରୀ ସାମଲ ଅନୁଧ୍ୟାନ କରିଥିଲେ । କୋଭିଡ କଟକଣା ମଧ୍ୟରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଧାୟକଙ୍କ ହାତପାଣ୍ଠି ଅର୍ଥବ୍ୟୟ ଅଟକଳରେ ମାସ୍କ ଓ ସାନିଟାଇଜର ବିତରଣ କରାଯାଇଥିଲା । ବିଷ୍ଣୁପୁର ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ମାସ୍କ ଓ ସାନିଟାଇଜର ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ଉତ୍କଳ କେଶରୀ ମହାନ୍ତି, ସମାଜସେବୀ ଲକ୍ଷ୍ମୀଧର ନାୟକ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ହେମନ୍ତ ଜେନା, ବ୍ଲକ ଯୁବ ସଭାପତି ଲଳିତ ରାଉତ, ରାଜେଶ ବାରିକ, ପ୍ରଣୟ ସାମଲ ପ୍ରମୁଖ ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *