ବାଲିପଦର ଡିଗ୍ରୀ ମହାବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ବାଲିପଦର ଡିଗ୍ରୀ ମହାବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ। ବାଲିପଦର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆଜକୁ ଏକ ମାସ ଧରି ଦୁଇ ପର୍ଯ୍ୟାୟ ଭୁକ୍ତ ନୂଆ -ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ବିବେକାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ବରେ ମହାଆଡମ୍ବରରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସହ କ୍ରୀଡ଼ା ସଂସ୍କୃତି ଓ ସାମାଜିକ କାର୍ଯ୍ୟ କଳାପ ମାଧ୍ୟମରେ ନିଜ ନିଜର ବ୍ୟକ୍ତିତ୍ଵ ବିକାଶ କରାଯାଇପାରିବ ବୋଲି ଉପଦେଶ ଦେଇଥିଲେ। ଏତଦବ୍ୟତୀତ ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କେ.ପ୍ରୀୟଦର୍ଶିନୀ ଆଚାରୀ,୪୧ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସମିତା ସ୍ବାଇଁ,କଳମ୍ବ ସରପଂଚ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ପରିଚାଳନା ପରିଷଦର ସଭାପତି ଶ୍ରୀଯୁକ୍ତ ହରିହର ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଟୁକୁନା ସ୍ବାଇଁ ଓ ମୂଖ୍ୟ ବକ୍ତା ଭାବେ ବାଲିପଦର କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସେନାପତି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ପୁରସ୍କାର ବିତରଣ କାର୍ଯ୍ୟକ୍ରମଟି ନୋଡାଲ ଅଫିସର ଶ୍ରୀଯୁକ୍ତ ଅମୀୟ କୁମାର ସ୍ବାଇଁ ଏବଂ କ୍ରୀଡ଼ା ଅଧ୍ୟାପକ ଶ୍ରୀଯୁକ୍ତ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅଧୀନରେ କ୍ରୀଡ଼ା, ସଂସ୍କୃତିକ, ଏବଂ ସାମାଜିକ କାର୍ଯ୍ୟ କଳାପ ରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀ ଗୋପୀନାଥ ମହାନ୍ତି, ଡ଼ଃ ଏ ଜିତେଶ ରାଓ ଦୋରା, ଅଧ୍ୟାପିକା ଶ୍ରୀମତୀ ମିନତୀ ଆଚାରୀ, ପ୍ରେମାନନ୍ଦ ପ୍ରଧାନ, ଭକ୍ତ ଲତା ମହାପାତ୍ର,ସଲୀଲା ନାୟକ,ନବଘନ ନାୟକ ସୁଦୁରାଜୁ ଦୋରା ,ସିମାଞ୍ଚଳ ଗୋ।ଡ଼, କୃଷ୍ଣ ଚନ୍ଦ୍ର ନାହାକ ଓ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମଟି କୁ ପରିଚାଳନା କରୁଥିଲେ।
