ବନବାସୀ କଲ୍ୟାଣ ଆଶ୍ରମ, ଓଡିଶାରାଜ୍ୟସ୍ତରୀୟ ବନବାସୀ ଖେଳକୁଦ ୨0୨୩ ର ସମାରୋପ କାର୍ଯ୍ୟକ୍ରମ

ବନବାସୀ କଲ୍ୟାଣ ଆଶ୍ରମ, ଓଡିଶାରାଜ୍ୟସ୍ତରୀୟ ବନବାସୀ ଖେଳକୁଦ ୨0୨୩ ର ସମାରୋପ କାର୍ଯ୍ୟକ୍ରମ ରାୟଗଡ଼ା :- ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ସ୍ଥାନୀୟ ଲକ୍ଷ୍ମୀପତ ସିଂଘାଣିଆ ପଡିଆ, ଜେକେପୁର ଠାରେ ଚାଲିଥିବା ୨ ଦିନ ଧରି ରାଜ୍ୟସ୍ତରୀୟ ବନବାସୀ ଖେଳକୁଦ ୨0୨୩ ର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇସାରିଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମାନନୀୟ ରାଜ୍ୟ ଜଳଶକ୍ତି ଏବଂ ଟ୍ରାଇବାଲ ଏଫେୟାର୍ସ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ,ସମ୍ମାନିତ ଅତିଥି ରୂପେ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗ କୋରାପୁଟ,ଡକ୍ଟର ପ୍ରଭାକର ବେହେରା, ମୁଖ୍ୟ ବକ୍ତା ଭାବେ ଡକ୍ଟର ପୁରୁଷୋତ୍ତମ ଅଗ୍ରଵାଲ,ବନବାସୀ କଲ୍ୟାଣ ଆଶ୍ରମ ରାଜ୍ୟ କାର୍ଯ୍ୟକାରୀ ସଭାପତି, ବିଶିଷ୍ଠ ବ୍ୟବସାୟୀ ତଥା ସମାଜ ସେବୀ ଶ୍ରୀ ରମେଶ ଗୁଲାନି ଏବଂ ଶ୍ରୀ ଇନ୍ଦୁ ଭାଇ ଜି ପ୍ରମୁଖ ଉପସ୍ଥିତ ଥିଲେ | ରାଜ୍ୟ ସଂଗଠନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଭାଟି, ଡକ୍ଟର ପ୍ରକାଶ ରାଉତ,ଶ୍ରୀ ଅଭିମନ୍ୟୁ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଜନଜାତି ସମାଜରେ ଥିବା ଲୁକାୟିତ ପ୍ରତିଭାକୁ ଚିହ୍ନଟ କରି ଆଗକୁ ବଢେଇବା ପାଇଁ ପ୍ରତି ବର୍ଷ ପରି ଏ ବର୍ଷ ପ୍ରାଦେଶିକ ଜନଜାତି କ୍ରୀଡା ୨୦୨୩ ରାୟଗଡ଼ା ଜିଲ୍ଲାର ଜେ.କେ ପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଡିସେମ୍ବର ୩୦ ଓ ୩୧ ଦୁଇ ଦିନ ଧରି ଚାଲିଥିଲା । ଏଥିରେ ୧୯ ଟି ଜିଲ୍ଲାରୁ ପ୍ରାୟ ୩୬୦ ପ୍ରତିଯୋଗୀ ( ଉଭୟ ପୁଅ ଓ ଝିଅ ) ଭାଗ ନେଇଥିଲେ । ଏଠାରେ ଦୌଡ ( ସବ୍ ଜୁନିୟର ବାଳକ ଓ ବାଳିକା ) ୧୦୦ମି.,୨୦୦ମି., ୪୦୦ମି., ୧୫୦୦ ମି., ଦୌଡ (ଜୁନିୟର ବାଳକ ଓ ବାଳିକା ) ୧୦୦ମି.,୨୦୦ମି.,୪୦୦ମି., ୧୫୦୦ ମି., ତୀରନ୍ଦାଜ( ସବ୍ ଜୁନିୟର ବାଳକ ଓ ବାଳିକା ଏବଂ ଜୁନିୟର ବାଳକ ଓ ବାଳିକା ) ମିନି ମାରାଥନ୍ ( ସବ୍ ଜୁନିଅର ବାଳକ ) ୭ କି.ମି ମିନି ମାରାଥନ୍ ( ଜୁନିଅର ବାଳକ ) ୧୪ କି.ମି ରେ ଅଂଶ ଗ୍ରହଣ କରିଥିଲେ । ଗୋଳାଫିଙ୍ଗା ( ସବ୍ ଜୁନିୟର ବାଳକ ଓ ବାଳିକା ଏବଂ ଜୁନିୟର ବାଳକ ଓ ବାଳିକା ) ଏହି କ୍ରୀଡା ପ୍ରତିଯୋଗିତା ୩୦ ତାରିଖ ସକାଳ ଘ.୧୧.୦୦ ଣ୍ଟା ରେ ଉଦଘାଟିତ ହେଇଥିଲା ଏବଂ ୩୧ ତାରିଖ ଅପରାହ୍ନ ଘ. ୦୩.୦୦ ଣ୍ଟା ସମୟରେ ସମାପନ ହେଇଥିଲା ।

ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ, ରାୟଗଡା reporter

Leave a Reply

Your email address will not be published. Required fields are marked *