ରାଜ୍ଯ ଗ୍ରନ୍ଥାଗାରରେ ଏକାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ

ରାଜ୍ଯ ଗ୍ରନ୍ଥାଗାରରେ ଏକାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ଭୁବନେଶ୍ୱର-ତା.୦୭.୦୧.୨୦୨୪- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି l ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଶ୍ରୀ ରାଉତରାଏ ପାଠକ ପାଠିକା ନିମନ୍ତେ ବିଭିନ୍ନ ଉଦାହରଣ ଦେଇ ଜୀବନ ରେ କିପରି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତାର ମୂଳମନ୍ତ୍ର ପ୍ରଦାନ କରିଥିଲେ l ମୁଖ୍ୟବକ୍ତାଭାବେ ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀ ମାନେ କିପରି ଆଗାମୀ ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡ଼ିକରେ କିପରି ପ୍ରସ୍ତୁତ ହୋଇ କୃତକାର୍ଯ୍ୟ ହେବେ, ୫-ଟିକୁ ନିଜ ଜୀବନରେ ପ୍ରୟୋଗ କରିବେ ଓ ବୈଷୟିକ କୌଶଳକୁ ନିଜ ପ୍ରସ୍ତୁତିରେ ଉପଯୋଗ କରିବେ ଏ ସମ୍ପର୍କରେ ପରାମର୍ଶ ଦେଇଥିଲେ।

ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଯୁଗ୍ମ ଶାସନ ସଚିବ ତଥା ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସଂଚାଳନ କରିଥିଲେ l ଶେଷରେ ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷା ଶ୍ରୀମତୀ ସଙ୍ଘମିତ୍ରା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀମତୀ ମଞ୍ଜୁରାଣୀ ମୁଦୁଲି ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *