ଜନତା ସେବା କେନ୍ଦ୍ର ଦ୍ବାରା ଶିତ ବସ୍ତ୍ର ବଣ୍ଟନ
ଜନତା ସେବା କେନ୍ଦ୍ର ଦ୍ବାରା ଡଗରାସାହି, ଚରମ୍ପା, ଭଦ୍ରକ ଠାରେ , ବିଶିଷ୍ଟ ସମାଜ ସେବୀ ତଥା ଆଇନଜୀବୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ବେହେରା ଙ୍କ ଦ୍ଵାରା ପ୍ରଦତ୍ତ ଶୀତ ବସ୍ତ୍ର ଯଥା କମ୍ବଳ ଓ ବେଡସିଟ ଆଖ ପାଖ ଅଞ୍ଚଳ ର ଗରିବ ଜନତା ଙ୍କୁ ବଣ୍ଟନ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଶିଷ୍ଟ ଆଇନଜୀବୀ ବରିଷ୍ଟ ଉପଦେଷ୍ଟା ଶ୍ରୀଯୁକ୍ତ ନିରାକାର ଜେନା ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ବିଶ୍ଵନାଥ ଅଗ୍ରୱାଲା , ସମ୍ପାଦକ ସୁରେନ୍ଦ୍ର ନାଥ ପଣ୍ଡା, ଉପଦେଷ୍ଟା କୁଳମଣି ବେହେରା , ଉପଦେଷ୍ଟା ଶଶଧର ମହନୀ,କୋଷାଧକ୍ଷ ରତ୍ନାକର ହାତୀ, ସକ୍ରିୟ ସଭ୍ୟ ଏସ ମନ୍ମଥ ରାଓ, ସୁଦାମ ସେଠୀ, ଲକ୍ଷ୍ମଣ ବେହେରା, ମହେଶ ଅଗ୍ରୱାଲା, ନରେନ୍ଦ୍ର ସାହୁ, ପ୍ରବୋଧ ଛତାର, ଅଶ୍ଵିନୀ ଛତାର , ନାରାୟଣ ସାହୁ, ଧନେଶ୍ଵର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ ରେ ସହଯୋଗ ପ୍ରଦାନ କରିଥିଲେ।
