ଜୟ ଜଗନ୍ନାଥ ଅର୍ପଣ ରଥକୁ ବିପୁଳ ସମ୍ବର୍ଦ୍ଧନା
।ପୁରୀ ୭/୧ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ର ଦ୍ୱିତୀୟ ଦିନର ପ୍ରତିଟି ସ୍ଥାନରେ ରଥକୂ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ବ୍ରହ୍ମଗିରିବ୍ଲକରଆମ୍ବପଡା,ଡିମିରିସେଣ,ବେଣ୍ଟପୁର,କୁସୁବେଣ୍ଟି,କାଣ୍ଡଗୋଡା,କହଳପଦା,ବାଲିକେରାପଛୀପାଳ ଓ କପିଳେଶ୍ୱର ପୁର ପଞ୍ଚାୟତ,

ନିମାପଡା ବ୍ଲକର ଭୋଗସଳଦା ପଞ୍ଚାୟତ, ପୁରୀ ସଦର ବ୍ଲକର ବାଲିପୁଟ ଓ ରାଇଗୋରଡା ପଞ୍ଚାୟତ ଓ ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ ପଞ୍ଚାୟତ ବିଭିନ୍ନ ଗ୍ରାମରେ ଅର୍ପଣ ରଥ ପହଞ୍ଚିବା ପରେ ହୁଳହୁଳି,ଶଙ୍ଖ ଧ୍ୱନି, ସଂକୀର୍ତ୍ତନ,ଘଣ୍ଟ ଘଣ୍ଟା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ସ୍ୱାଗତ କରିଥିଲେ।ପ୍ରତି ଘରୁ ମା ମାନେ ଶ୍ରଦ୍ଧା ଓ ଆବେଗ ର ସହ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ।
