କ୍ଲବ ଏନର୍ଜି’ ମାଧ୍ୟମରେ ବିଦ୍ୟାଳୟବ୍ୟାପୀ ସଚେତନତା ସୃଷ୍ଟି କରୁଛି ଟିପିଏସ୍ଓଡିଏଲ୍

‘ଶିକ୍ଷକମାନଙ୍କୁ ନେଇ ଶକ୍ତି ସଚେତନତା ଶିବିର ଆୟୋଜିତ ବ୍ରହ୍ମପୁର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ସଚେତନତା ସୃଷ୍ଟି କରାଇବା ସହ ଶକ୍ତି ଉପାଦେୟତା ସମ୍ପର୍କିତ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)ର କର୍ପୋରେଟ ସାମାଜିକ ଦାୟିତ୍ୱ ଟିମ ପକ୍ଷରୁ ସ୍ୱତନ୍ତ୍ର ‘ କ୍ଲବ ଏନର୍ଜି ‘ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆମେରିକାନ୍ – ଇଣ୍ଡିଆ ଫାଉଣ୍ଡେସନ ସହଭାଗିତାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଛତ୍ରପୁରର କାନମନାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୯ଟି ବିଦ୍ୟାଳୟର ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଏହି ଅଧିବେଶନ ଅନୁଷ୍ଠିତ ହୋଇଛି ।ଅଧିବେଶନରେ ଶକ୍ତି ଉପାଦେୟତା, ସଂରକ୍ଷଣ ତଥା ସଠିକ ପରିଚାଳନା ସମ୍ପର୍କରେ ଶିକ୍ଷକମାନଙ୍କୁ ଅବଗତ କରାଯାଇଥିଲା । ଶିକ୍ଷକମାନେ ଶକ୍ତି ସମ୍ପର୍କିତ ଏହି ଜ୍ଞାନ ତଥା ସୂଚନାକୁ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବେ । ଯାହାଫଳରେ ଛାତ୍ରଛାତ୍ରୀମାନେ ଶକ୍ତି ସଂରକ୍ଷଣ ନେଇ ଶିକ୍ଷିତ ହୋଇପାରିବେ । ଏହା ଦ୍ୱାରା ପାଖାପାଖି ୪ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ହେବ । ଏହି ଅଧିବେଶନ ମାଧ୍ୟମରେ ଶକ୍ତି ସଚେତନତା ସମେତ କମ୍ପାନୀର ୨ ପ୍ରମୁଖ ପଦକ୍ଷେପ ସମ୍ପର୍କରେ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସମ୍ପ୍ରତି କାର୍ଯ୍ୟକ୍ଷମ ଥିବା ‘ମାଇଁ ଓଡିଶା, ଇଣ୍ଡିଆସ୍ ପ୍ରାଇଡ୍’ ପ୍ରତିଯୋଗିତା ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ସେମାନଙ୍କୁ ପ୍ରତିଯୋଗିତାରେ ସାମିଲ କରିବା ଦିଗରେ ଉଦ୍ୟମ କରିବାକୁ କମ୍ପାନୀ ପକ୍ଷରୁ ଶିକ୍ଷକମାନଙ୍କୁ ଅପିଲ କରାଯାଇଥିଲା । ସେହିଭଳି ଉପଭୋକ୍ତାଙ୍କୁ ଡିଜିଟାଲ ସେବା ଯୋଗାଇବାକୁ ଉଦ୍ଦିଷ୍ଟ ‘ମାଇଁ ଟାଟା ପାୱାର’ ଆପର ଉପାଦେୟତା ସମ୍ପର୍କରେ ଅବଗତ କରାଯାଇଥିଲା । ମୋଟାମୋଟି ଭାବେ ଏହି ଅଧିବେଶନ ଜରିଆରେ କମ୍ପାନୀ ସବୁଜ ଭବିଷ୍ୟତ ଗଠନ ଦିଗରେ ଆବଶ୍ୟକୀୟ ପଦେକ୍ଷପ ସମ୍ପର୍କରେ ସୂଚନା ଉପଲବଧ କରାଇଛି । ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ, ଜ୍ଞାନ ମାଧ୍ୟମରେ ସମ୍ପ୍ରଦାୟକୁ ସଶକ୍ତ କରିବା ନେଇ ଆମେ ବିଶ୍ୱାସ କରୁ । ଆମେ ସୁଦୃଢ଼ ଶକ୍ତି ପରିଚାଳନା ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରାଇବା ସହ ଉଜ୍ଜ୍ବଳ ତଥା ଶକ୍ତି ସଚେତନ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରୁଛୁ ।

Leave a Reply

Your email address will not be published. Required fields are marked *