ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କ ସମ୍ପତ୍ତିର ହିସାବ…
..ରାଉରକେଲା ୨୧/୮, ଗତକାଲି ସୁନ୍ଦରଗଡ ଜିଲ୍ଲାର ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କ ସ୍କର୍ପିଓରୁ ୫ଲକ୍ଷ ଟଙ୍କା ଜବତ୍ ସହ ତାଙ୍କ ସ୍କର୍ପିଓକୁ ଭିଜିଲାନ୍ସ ପକ୍ଷରୁ ଜବତ୍ କରାଯିବା ସହିତ ତାଙ୍କ ରାଉରକେଲା ସ୍ଥିତ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ ଜାରି ରହିଥିଲା। ଆଜି ଭିଜିଲାନ୍ସ ପକ୍ଷରୁ ୫ଲକ୍ଷ ଟଙ୍କା ସହ ସ୍କର୍ପିଓ ଜବତ୍ ବ୍ୟତୀତ, ସୁନ୍ଦରଗଡ଼ ଏବଂ ରାଉରକେଲାରେ ଘର ତଲାସୀ ସମୟରେ ଶ୍ରୀ ଉର୍ମାଲଙ୍କ ଘରୁ ନଗଦ ୫.83 ଲକ୍ଷ ଟଙ୍କା ମିଳିଥିଲା। ଏପର୍ଯ୍ୟନ୍ତ ଶ୍ରୀ ଉର୍ମାଲଙ୍କ ଠାରୁ ମୋଟ ନଗଦ ଜବତ ୧୦.83ଲକ୍ଷ ଟଙ୍କା ସହିତ ଖୋଳତାଡ଼ ହୋଇଥିବା ଅନ୍ୟାନ୍ୟ ସମ୍ପତ୍ତି ଓ ମୂଲ୍ୟବାନ ଜିନିଷଗୁଡ଼ିକ ମଧ୍ୟରେ ରହିଛି ସୁନ୍ଦରଗଡ଼ର କରମଡିହିରେ ପ୍ରାୟ ୩୭୦୦ ବର୍ଗଫୁଟ କ୍ଷେତ୍ରଫଳ ବିଶିଷ୍ଟ ଏକ ଦ୍ୱିମହଲା କୋଠା, ସୁନ୍ଦରଗଡ଼ ଏବଂ ରାଉରକେଲା ସହର ବାହାରେ ରହିଛି ୬ଟି ଦାମୀ ମୂଲ୍ୟର ପ୍ଲଟ୍, ସୁନା ଅଳଙ୍କାର 606 ଗ୍ରାମ ଏବଂ ରୂପା ଅଳଙ୍କାର ୬୩୫ ଗ୍ରାମ୍ ସମେତ ବ୍ୟାଙ୍କ, ଡାକଘର ଏବଂ ବୀମା ଜମା 75.31 ଲକ୍ଷ ଟଙ୍କା, ଗୋଟିଏ ଚାରି ଚକିଆ ଗାଡ଼ି (ଆଇ ୧୦ ହୁଣ୍ଡାଇ ଗ୍ରାଣ୍ଡ ସ୍ପୋର୍ଟସ୍) ଏବଂ ୩ଟି ଦୁଇ ଚକିଆ ଗାଡ଼ି। ଭିଜିଲାନ୍ସ ପକ୍ଷରୁ ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କ ବିରୋଧରେ ହାଇଥିବା sp vigilance ହରେ କୃଷ୍ଣ ମାଝୀ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି. କଥାରେ ଅଛି “ଅଧର୍ମ ବିତ୍ତ ବଢେ ବହୁତ, ଯିବାବେଳେ ଯାଏ ମୂଳ ସହିତ”। ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗରେ ରହିଥିବା ଓ.ଆର୍.ଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ସମେତ ଆର.ଆଇ. ସର୍କଲରେ ଜମିଜମାକୁ ନେଇ ଜାଲିଆତି ଭରି ରହିଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଜମି ମାଲିକମାନେ ସିଭିଲ୍ କୋର୍ଟର ଆଶ୍ରୟ ନେଉଛନ୍ତି। ସିଭିଲ୍ କୋର୍ଟରେ ତାରିଖ ପରେ ତାରିଖ ଚାଲୁଥିବାରୁ, ସେଥିରେ ମଧ୍ୟ ନ୍ୟାୟ ମିଳିବାରେ ବିଳମ୍ବ ଦେଖାଦେଇଛି। ରାଜସ୍ବ ବିଭାଗ ଅଧିନରେ କାର୍ଯ୍ଯ କରୁଥିବା ଅଧିକାରୀଙ୍କୁ ଦୁଇଟି ପଦବୀ ମିଳିବା ପରେ, ଏହାର ଦୁରୁପଯୋଗ ହେବା ସ୍ବାଭାବିକ। ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲ ନିଜ ଦୁଇଟି ପଦବୀର ଦୁରୁପଯୋଗ କରିଥିବାରୁ, ତାଙ୍କୁ ଚାକିରିରୁ ବହିଷ୍କୃତ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
