ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏବଂ ବେଦାନ୍ତ ବିଶ୍ଵବିଦ୍ୟାଳୟ ମାମଲାରେ ସୁପ୍ରିମକୋର୍ଟ ଙ୍କ ରାୟ ତୁରନ୍ତ କାର୍ଯ୍ୟକାରୀତା ଦାବିରେ ଜାନୁଆରୀ ୧୭ ରେ ପୁରୀ ଚାଲ ଅଭିଯାନ ରେ ସାମିଲ ହେବାକୁ ଆହ୍ୱାନ l ପୁରୀ ୮-୧-୨୦୨୪ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ର ଆବାହକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଙ୍କ ଦ୍ୱାରା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରୀ ବଡଶଙ୍ଖ ସ୍ଥିତ ଉତ୍ସବ ଆଙ୍ଗନ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା l ପୁରୀ ଜିଲ୍ଲା ର ପାଞ୍ଚଶହ ରୁ ଉର୍ଦ୍ଧ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଛାତ୍ର, ଯୁବକ, ମହିଳା, ସ୍ୱେଚ୍ଛାସେବୀ ସଂଗଠନ ର ପ୍ରତିନିଧି ମାନେ ଯୋଗଦେଇଥିଲେ l ଶ୍ରୀ ରଥ ତାଙ୍କର ଉପସ୍ଥିତ ବନ୍ଧୁ ଶୁଭେଛୁ ମାନଙ୍କୁ ନବବର୍ଷ ର ଅଭିନନ୍ଦନ ଜଣାଇ ରାଜ୍ୟର ସାମ୍ପ୍ରତିକ ରାଜନୀତି ଓ ଜଗନ୍ନାଥମହାପ୍ରଭୁ ଙ୍କ ପରିକ୍ରମା ପ୍ରକଳ୍ପ ର ଶିଳାନ୍ୟାସ କୁ ନେଇ ଚାଲିଥିବା ସରକାରୀ ପ୍ରଚାର ସମ୍ପର୍କ ରେ ସମ୍ୟକ ସୂଚନା ଦେଇଥିଲେ l

ସେ କହିଥିଲେ ଯେ ୨୦୦୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଦାନ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ବେଆଇନ ଭାବେ ଚାଷୀଙ୍କର ଚାଷ ଜମିକୁ ଅକ୍ତିଆର କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଅମୃତ ମଣୋହି ଜମିକୁ ବିଶ୍ଵବିଦ୍ୟାଳୟ ପାଇଁ ବିକ୍ରି କରିଦେଇଥିଲେ l ଏହା ବିରୁଦ୍ଧରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ତରଫରୁ ସରକାରଙ୍କ ଏହି ଜମି ଅଧିଗ୍ରହଣ ବିରୋଧରେ ଲଢେଇ ଆରମ୍ଭ ହୋଇଥିଲା l ସଙ୍ଘର୍ଷ ସମିତିର ଲଢେଇ ଲୋକପାଳ, ଓଡିଶା ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ରେ ପହଞ୍ଚି ଥିଲା l ୨୦୨୩ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟ ତାଙ୍କର ଚୂଡାନ୍ତ ରାୟରେ ରାଜ୍ୟସରକାର ବେଦାନ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ଅଧିଗ୍ରହଣ କରିଥିବା ଜମି ସମ୍ପୂର୍ଣ ବେଆଇନ ଓ ଉକ୍ତ ଅଧିଗୃହିତ ଜମି ଲୋକଙ୍କୁ ଫେରାଇବା ପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ଦୀର୍ଘ ଆଠ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବରଂ ବେଦାନ୍ତ କୁ ପୁଣି ଜମିଦେବାକୁ ଚକ୍ରାନ୍ତ କରୁଛନ୍ତି l ତେଣୁ ଏହା ବିରୁଦ୍ଧରେ ସଂଘର୍ଷ ସମିତି ତରଫୁରୁ ଜାନୁଆରୀ ୧୭ରେ ପୁରୀ ର ଶରଧା ବାଲିରେ ଏକ *ମୌନ ସତ୍ୟାଗ୍ରହ* ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି l ଉକ୍ତ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଆସି ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ କରିବେ l ବାସ୍ତବ ରେ ଏହି ପରିକ୍ରମା ପ୍ରକଳ୍ପରେ କେବଳ ରାସ୍ତା ଓ ପାଇଖାନା ଉଦଘାଟନ ହେବ l ନବୀନ ସରକାର ପୁରୀର ମଠ ସଂସ୍କୃତିକୁ ଧ୍ବଂସ କରି କମ୍ପାନୀ ମାନଙ୍କ ପାଇଁ ବଡଦାଣ୍ଡରେ ମୂଲ୍ୟବାନ ଜମି ଦଖଲ କରିଛନ୍ତି l ଏହିପରିକ୍ରମା ପ୍ରକଳ୍ପରେ ଅଣଓଡିଆ ଠିକାଦାର ମାନଙ୍କୁ କାମଦିଆଯାଇଛି l ଲୋକଙ୍କର ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରତି ଥିବା ଭକ୍ତି ଓ ଆନୁଗତ୍ୟକୁ ଢାଲ କରି ଆଗାମୀ ନିର୍ବାଚନ ରେ ବିଜେଡି ପାଇଁ ଭୋଟ ବ୍ୟାଙ୍କ ସୃଷ୍ଟି କରାଯିବା ମୁଖ୍ୟ ଲକ୍ଷ୍ୟ l ସେଥିପାଇଁ ରାଜ୍ୟ ବଜେଟ ରୁ ଅଢେଇ ଶହ କୋଟି ଟଙ୍କା ଖର୍ଚ କରାଯାଇ ପଞ୍ଚାୟତ ସ୍ତର ରୁ ହଜାର ହଜାର ଲୋକଙ୍କୁ ସଂଗଠିତ କରି ଏହିକାର୍ଯ୍ୟକ୍ରମ କୁ ଅଣା ଯାଉଅଛି ତେଣୁ ଆମ୍ଭେ ଏହିଦିନ ମୁଖ୍ୟମନ୍ତ୍ରୀ ଓ ସମବେତ ଜନସାଧାରଣ ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଏହି ମୌନ ସତ୍ୟାଗ୍ରହ ଆୟୋଜନ କରିଛୁ। ଏହିଦିନ ସକାଳ ଆଠଟାରୁ ବେଲଦଳ ଠାରୁ ସଂକୀର୍ତନ ମଣ୍ଡଳୀ ସହ ଚାଷୀମାନେ ପଦଯାତ୍ରା ରେ ଆସି ଶରଧା ବାଲିରେ ପହଁଚିବେ l ସୁପ୍ରିମକୋର୍ଟ ଙ୍କ ଆଦେଶ ମୁତାବକ ଶ୍ରୀଜଗନ୍ନାଥ ଙ୍କ ଅମୃତ ମଣୋହି ଜମି କୁ ତୁରନ୍ତ ଫେରସ୍ତ ଓ ଚାଷୀଙ୍କୁ ଅଧିଗୃହିତ ଜମି ଫେରାଇବା ମୁଖ୍ୟ ପ୍ରସଙ୍ଗ ହେବ l ଶ୍ରୀ ରଥ ଉକ୍ତ ପଦଯାତ୍ରାରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାମାଜିକ, ସଂଗଠନ, ମହିଳା, ଛାତ୍ର, ଯୁବକ ସମସ୍ତଙ୍କୁ ଯୋଗଦେବାକୁ ନିବେଦନ କରିଛନ୍ତି l ଶ୍ରୀ ରାଜେଶ ମିଶ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସେବାୟତ ସମାଜ ସେବୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ,ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର, ଦାମୋଦର ପ୍ରଧାନ, ଓଡିଶା ସୂଚନା ଅଧିକାର ଆବାହକ ପ୍ରଦୀପ ପ୍ରଧାନ, ନାସନାଲ ବୁକ ଟ୍ରଷ୍ଟ ର ପୂର୍ବତନ ନିର୍ଦେଶକ ମାନସ ରଞ୍ଜନ ମହାପାତ୍ର, ଆଇନଜୀବି ଶ୍ରୀକାନ୍ତ ପରିଜା,ମହିଳା ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ସରସ୍ୱତୀ ପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ବିଶିଷ୍ଟ ବ୍ୟକ୍ତି ଗୌରହରି ପ୍ରଧାନ,ବାବନ ଜେନା, ପର୍ଶୁରାମ ପ୍ରଧାନ,ଜଗନ୍ନାଥ ଦେଓ,ହରପ୍ରସାଦ ଜେନା ଶିବପ୍ରସାଦ ବେହେରା, ବ୍ରଜବନ୍ଧୁ ବେହେରା, ଆର୍ତତ୍ରାଣ ସାହୁ,ବ୍ରଜବନ୍ଧୁ ପ୍ରଧାନ,ପବିତ୍ର ମୋହନ ଦଳାଇ, ଭିମସେନ ସ୍ୱାଇଁ, ଜଗନ୍ନାଥ ଦେଓ,ଆଇନଜିବୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର, କାଳୀ ପ୍ରସାଦ ନାୟକ, ଉମାକାନ୍ତ ବରାଳ, ଶରତ ରାୟଗୁରୁ, ପ୍ରଦୀପ ଦାଶ, ପ୍ରଧାନ ଧିରେନ ରାୟ, ଆର୍ତ୍ତ ତ୍ରାଣ ସାହୁ ,ରଜତ ସାହୁ,ଯୁବସଂଗଠକ ତପୁ ସାହୁ, ରାଜକିଶୋର ସ୍ୱାଇଁ ଗୋଲକ ବିହାରୀ ଧଳ, ପ୍ରମିଳା ସ୍ୱାଇଁ, ବନିତା ରଥ, ଶ୍ରଦ୍ଧାଞ୍ଜଳି ସାହୁ, ପ୍ରମୁଖ ଯୋଗଦେଇ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
