ଛାଣିଜଙ୍ଗ ପଞ୍ଚାୟତରେ ଗଡ଼ିଲା ଜଗନ୍ନାଥଙ୍କ ଅର୍ପଣ ରଥ
ଚାରିଛକ :- ୦୯/୦୧ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ର ସରପଞ୍ଚ ଅଜୟ ପରିଡା ଙ୍କ ନେତୃତ୍ୱରେ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା ଶୁଭ ଉଦଘାଟନ ହୋଇଯାଇଛି ।ଏହି ଜଗନ୍ନାଥ ଅର୍ପଣ ରଥ ପଞ୍ଚାୟତ କାର୍ଯ୍ୟଳୟ ଠାରୁ ବାହାରିଥିଲା । ପଞ୍ଚାୟତ ର ପ୍ରତି ଗାଁ କୁ ଗାଁ ଯାଇ ଘର କୁ ଘର ବୁଲି ଜଗନ୍ନାଥ ଙ୍କ ଉଦ୍ଦେଶ୍ୟ ମୁଠାଏ ଚାଉଳ ଓ ଗୁଆ , ନଡ଼ିଆ ସଂଗ୍ରହ କରାଯାଇଥିଲା ।ଏହି ଅର୍ପଣ ରଥ ପରିକ୍ରମା ରେ ନାମ ସଙ୍କୀର୍ତ୍ତନ ,ହରିବୋଲ, ହୁଳହୁଳି ରେ ଗ୍ରାମ ମାନଙ୍କରେ କମ୍ପିଉଠିଥିଲା ଏହି ରଥ ପରିକ୍ରମା କାର୍ଯ୍ୟକ୍ରମ ରେ ଛଣିଜଙ୍ଗ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଫିସର କାଳନ୍ଦୀ ଚରଣ ନାୟକ ,ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟା ଲକିବାଳା ନାୟକ ,ଅଭୟ ନାୟକ, ଦୁର୍ଯ୍ୟୋଧନ ମହାନ୍ତି ,ପୂର୍ବତନ ନିମାପଡା ବ୍ଲକ ଉପାଦକ୍ଷ ଅଜୟ ସ୍ୱାଇଁ ,ପ୍ରଶନ ନାୟକ , ବାବୁଲି ବାରିକ ,ମହେନ୍ଦ୍ର ମହାପାତ୍ର ,ସୂର୍ଯ୍ୟ ନାରାୟଣ ପରିଡା ,ପୂର୍ଣଚନ୍ଦ୍ର ଖଟୋଇ ସହିତ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ , ମିଶନ ଶକ୍ତି ମହିଳା ମାନେ ଯୋଗ ଦେଇ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା କାର୍ଯ୍ୟ ରେ ସାହାଯ୍ୟ ସହଯୋଗ କରିଥିଲେ ।
