୮ ଘଟିକା ସମୟରେ ବ୍ୟାସନଗର ସ୍ଥିତ ପାଦୁକା ଆଶ୍ରମ ଠାରେ ୨ ଗୋଟି ଅର୍ପଣ ରଥ ପରିକ୍ରମା କାର୍ଯ୍ୟ ର ଶୁଭାରମ୍ଭ
ଆଜି ତା ୦୯/୦୧/୨୦୨୪ ରିଖ ଦିବ ୮ ଘଟିକା ସମୟରେ ବ୍ୟାସନଗର ସ୍ଥିତ ପାଦୁକା ଆଶ୍ରମ ଠାରେ ୨ ଗୋଟି ଅର୍ପଣ ରଥ ପରିକ୍ରମା କାର୍ଯ୍ୟ ର ଶୁଭାରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ପିଙ୍ଗୁଆ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବଳ ଙ୍କ ସମେତ କାଉନସିଲର ସୁଶ୍ରୀ କୁନି ହାଁସଦା, ଅନ୍ନପୂର୍ଣ୍ଣା ତରେଇ, ସରୋଜିନୀ ନାୟକ, ସନ୍ତୋଷ କୁମାର ବରାଳ, ଅଶୋକ ରାଉତ୍ ଓ ବହୁ ଭକ୍ତ ମାନେ ଉପସ୍ଥିତ ଥିଲେ। ୨ ଗୋଟି ରଥ ପାନାସିଆ, ମଝିସାହି, ପଦ୍ମପୁର, ସାପଗାଡ଼ିଆ, ଉମାପଦା, ହାଉସିଁବୋର୍ଡ, ଗାୟତ୍ରୀ ବିହାର ପ୍ରଭୁତି ଅଞ୍ଚଳ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ୧୫/୦୧/୨୦୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି l ଉକ୍ତ କାର୍ଯ୍ୟକ୍ରମ କୁ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ତରୁଣ କୁମାର ମହାପାତ୍ର ପରିଚାଳନା କରିଥିଲେ ।
