ସତ୍ୟ ଘଟଣାର ଉନ୍ମୋଚନକୁ (ହଁ ), ମିଥ୍ୟା ଖବରକୁ (ନାଁ)
ସତ୍ୟ ଘଟଣାର ଉନ୍ମୋଚନକୁ (ହଁ ), ମିଥ୍ୟା ଖବରକୁ (ନାଁ)ରଙ୍ଗଦେଇ ଖବର ପ୍ରସାରଣରେ ସାମ୍ବାଦିକଙ୍କ କ୍ଷୋଭ ପ୍ରକାଶ ,ସାମ୍ବାଦିକ ରଞ୍ଜନ କୁମାର ରାଉତ ।ଗଞ୍ଜାମ :-୧୮/୧/୨୪ ଗଣମାଧ୍ୟମ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯାହାର ସମାଜର କଲ୍ୟାଣ ଓ ସମସ୍ୟା ସମାଧାନର ମୁଖ୍ୟ ରାସ୍ତା ହୋଇଥାଏ । ବେଳେବେଳେ କିଛି ତଥ୍ୟ ସଂଗ୍ରହ ନକରି ଏକ ପାଖିଆ ହୋଇ ଖବର ପ୍ରସାରଣରେ ସମାଜର କଲ୍ୟାଣ ପରିବର୍ତ୍ତେ ସମ୍ମାନ ହାନି କରୁଥିବା ଦେଖାଯାଏ । ଯେପରି ବିଷପାନ କରି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରିବାକୁ ସାମ୍ବାଦିକ ଗୋଟିଏ ସାହାଯ୍ୟ ନକରି ବାହାବାହା ନେବାକୁ ଖବର ପ୍ରସାରଣ କରିଥାଏ ଏବଂ ପରବର୍ତ୍ତୀ ସମୟରେ ବିଷପାନ ବ୍ୟକ୍ତିର ଅବସ୍ଥିତ କଣ ହୋଇଥାଏ ତାଙ୍କୁ ଜଣାନଥାଏ ଠିକ୍ ସେହିପରି ଘଟଣା ଆସିକା ଅଞ୍ଚଳରେ ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ପଢାଳ ବଡ଼ ସାହିର ସାମାନ୍ୟ ଆହତ ଘଟଣାର ଖବର ପ୍ରସାରଣରେ ଶାନ୍ତ ପରିବାର ପରିବେଶକୁ ଅଶାନ୍ତ କରୁଥିବା ରେ ସ୍ଥାନୀୟ ଲୋକମାନେ ସାମ୍ବାଦିକତା କୁ ନେଇ ଚର୍ଚ୍ଚା କରୁଛନ୍ତି । ଖବରମୁତାବକ ପଢାଳ ଗ୍ରାମର ମାଁ କୁ ପୁଅ ପ୍ରମୋଦ ରାଉତ ମାଡ଼ ମାରି ତାଲା ପକାଇବା ଓ ଝିଅମାନଙ୍କ ଉପସ୍ଥିତିରେ ଆସିକା ହସ୍ପିଟାଲରେ ଚିକିତ୍ସି ନିମନ୍ତେ ଭର୍ତି କରିଛନ୍ତି ଖବର ପ୍ରସାରଣ ଥିଲା।ଭତ୍ତାଟଙ୍କା କୁ ନେଇ ମାଁ କୁ ଠେଙ୍ଗାରେ ମାଡ଼ମାରି ଅଖିଆ ଅପିଆ ସହିତ ଘରେ ପଡିରହିଥିବା ଖବର ପ୍ରସାରଣକୁ ଗ୍ରାମବାସୀଙ୍କ ସହିତ ଦୁଇ ପୁଅ ପ୍ରମୋଦ ରାଉତ, ରଞ୍ଜନ କୁମାର ରାଉତ (ସାମ୍ବାଦିକ)ଓ କୁନି ବାଳକ ଅସ୍ବୀକାର କରିଥିଲେ। କିଛି ନ ବୁଝିସୁଝି ତଥ୍ୟ ସଂଗ୍ରହ ନକରି ବ୍ୟକ୍ତିଗତ ଆକ୍ଷେପ କରି ରଂଗ ରୂପ ରେଖା ଦେଇ ଗଣ ମାଧ୍ୟମରେ ଖବର ପ୍ରସାରଣ ପାଇଁ ସେହି ଗ୍ରାମର ଶ୍ରୀ ମହାରଣା କ୍ଷୋଭ ପ୍ରକାଶ କରିଛନ୍ତିି।ସେହିବ୍ୟକ୍ତି ଯାହାକି ବହୁବର୍ଷ ସାମାନ୍ୟ କଥାକଟାକଟିରେ ବିରୋଧୀ ଥିବା ସତ୍ତ୍ବେ ଓ ପ୍ରତ୍ୟେକ୍ଷଦର୍ଶୀ ଭାବେ ଉକ୍ତ ଘଟଣାର ସତ୍ୟତା ଉପରେ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ଅପରପକ୍ଷରେ ଦୀର୍ଘ ମାସରୁ ବାପା ରୋଗୀ ଶଯ୍ୟାଶାୟୀ ଥିବା ଛେପ ପକାଇବାକୁ ନେଇ ମା ମାଡ଼ ଖାଉଥିବା ପ୍ରତ୍ୟେକ୍ଷଦର୍ଶୀ କୁନି ବାଳକ ମଧ୍ୟ କହିଛନ୍ତି। ହୃଦଘାତରେ ଥିବା ବାପା ପକ୍ଷାଘାତ ରୋଗୀ ରାଉତଙ୍କ ଚାବିକାଠି ନେଇ ପ୍ରାୟ ୪୦ଗ୍ରାମ ସୁନା ଗହଣାକୁ କିଏ ନେଇଛନ୍ତି ବୋଲି ଗ୍ରାମବାସୀଙ୍କ ଆଗରେ ମାଁ କୁ ପଚରାଉଚରାରେ କଥାକଟାକଟି ରେ ଝଗଡ଼ା ହୋଇଥିବା ସାନ ପୁଅ ପ୍ରମୋଦ ରାଉତ କହୁଛନ୍ତି । ଖବର ସଂଗ୍ରହ କିମ୍ବା କୌଣସି କାରଣରୁ ଘଟଣା ବେଳ ବଡ଼ପୁଅ ରଞ୍ଜନ ଉପସ୍ଥିତି ନଥିବା ଗାଁ ଲୋକ ଏହିପରି କହୁଛନ୍ତି। କିନ୍ତୁ ମାଁ ଝରପାରୀରେ ଚିକିତ୍ସୀତ ହୋଈ ଓ ଖିଆପିଆର ବ୍ୟବସ୍ଥା ବଡ଼ପୁଅ ପାଖରେ ଥିବାବେଳେ ବାପା ରୋଗୀ ଶଯ୍ୟାହୋଇ ସାନପୁଅ ପାଖରେ ରହିଥିବା ପଢ଼ାଳ ଗ୍ରାମରେ ଦେଖିବାକୁ ମିଳିଛି। ଏପରି ସମସ୍ୟା ଓ ଆର୍ଥିକ ସଂକଟ ପରିସ୍ଥିତିରେ ରାଉତ ପରିବାର ଚଳୁଥିବା ବେଳେ ଜନସାଧାରଣଙ୍କ ସମସ୍ୟା ଆସିକା ଅଂଚଳରେ ଘଟୁଥିବା ଦୁର୍ନୀତିକୁ ନେଇ ଖବର ପ୍ରସାରଣ ନକରି ମିଛ ଖବର ପ୍ରସାରଣ ଯୋଗୁଁ ସ୍ଥାନୀୟ ଅଂଚଳର ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ଦୃଢ଼ନିନ୍ଦା କରିଛନ୍ତି । ଜନସାଧାରଣଙ୍କ ସମସ୍ୟା ସମାଧାନ ଦୁର୍ନୀତିକୁ ରୋକିବା ଦିଗରେ କାର୍ଯ୍ୟ କରିବା ଓ ସତ୍ୟ ଘଟଣାକୁ ସାମ୍ମାନା କରିବାକୁ ପ୍ରସ୍ତୁତ ଥିବା ସହିତ ମିଥ୍ୟା ଖବରକୁ (ନାଁ) ବୋଲି ସାମ୍ବାଦିକ ତଥା ଆସିକା ବିଧାନସଭା କ୍ଷେତ୍ର ଆପ ଦଳର ସଦସ୍ୟ ଶ୍ରୀ ରଞ୍ଜନ କୁମାର ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗଞ୍ଜାମ ଜିଲ୍ଲାରୁ ରିପୋର୍ଟ ରଂଜିତ କୁମାର ପୋଲାଇ
