ଅଜଣା ଗାଡି ଧକ୍କା ରେ ଚାଲିଗଲା ଯୁବକଙ୍କ ଜୀବନ
ଅଜଣା ଗାଡି ଧକ୍କା ରେ ଚାଲିଗଲା ଯୁବକଙ୍କ ଜୀବନ lଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ନିକଟସ୍ଥ କୋଚିଲା ଛକ ଠାରେ ଷୋହଳ ନମ୍ବର ଜାତୀୟ ରାଜପଥ ରେ ଏକ ଅଜଣା ଗାଡି ଧକ୍କା ରେ ଯୁବକଙ୍କ ଜୀବନ ଚାଲିଗଲା l ଘଟଣା ସ୍ଥଳରେ ନିଛାଟିଆ ର ସୁଯୋଗ ନେଇ ଅଜଣା ଗାଡି ଫେରାର ହୋଇଯାଇଛି ଯାହା ସୂଚନା ମିଳିପାରିଛି, କିନ୍ତୁ ଯୁବକ ଜଣକ ହେଉଛନ୍ତି ବାଲୁଗାଁ ନିକଟସ୍ଥ ସରଳାପଦର ଗ୍ରାମର ସ୍ୱର୍ଗତ ଗୋଲଖ ସାହୁଙ୍କ ପୁତ୍ର ରାମ ସାହୁ ବୟସ ଛତିଶି ହେବ, କୌଣସି ସମ୍ପର୍କୀୟ ଘରକୁ ଯାଉଥିବା ସମୟରେ ରାସ୍ତା ପlରହେଉଥିବା ସମୟରେ ଅଜଣା ଗାଡିଟି ଦ୍ରୁତ ଗତିରେ ବେପରୁଆ ଭାବେ ଗାଡିଚଳାଇ ପଛପଟେ ଧକ୍କା ମାରିବା ଫଳରେ ଘଟଣା ସ୍ଥଳରେ ସେହିଠାରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା l ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଦେଖି ଆଖପାଖ ଅଞ୍ଚଳରେ ଖବର କରିବା ପରେ ପରିଚୟ ମିଳିପାରିଛି,ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ କରିବାପାଇଁ ପଠାଇ ଦେଇଛି ଏବଂ ତଦନ୍ତ ଜାରି ରଖିଛି l
