ପିଇଟି ଶିକ୍ଷକ କୈଳାଶ ପାଇଲେ ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୁ ଶିକ୍ଷକ ପୁରସ୍କାର, ଜିଲ୍ଲା ଶିକ୍ଷାଧିକାରୀ ପୁରସ୍କାର, ବ୍ଳକ ଶିକ୍ଷାଧିକାରୀ ପୁରସ୍କାର, ସ୍କୁଲ ପୁରସ୍କାର ଆଦି ୧୪ ଟି ର୍ବଗରେ ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବ ଲାଗି ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ଥିଲା। ଏହି ଶିକ୍ଷା ପୁରସ୍କାର ପାଇବାକୁ ଆସିକା କଲେଜଛକ ସ୍ଥିତ ସରକାରୀ ଟେକ୍ନିକାଲ ହାଇସ୍କୁଲ ର ପିଇଟି କୈଳାସ ଗୈ।ଡ଼ କୁ ଆଜି ଏହି ସମ୍ମାନ ପ୍ରଦାନ କରାଯାଇଛି।

ଆସିକା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମହାଆଡମ୍ବର ରେ ଶ୍ରୀ ଗୈ।ଡ ଙ୍କୁ ଉତରୀଅ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ତତ୍ ସଂଗେ ସଂଗେ ମାନପତ୍ର ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦେଇ ତାଙ୍କୁ ସମ୍ମାନ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନି, ପାଣ୍ଡବ ଗୈ।ଡ, ଦେବରାଜ ଜେନା,ଶିବରାମ ପୋଲେଇ,ମୈ।ସୁମୀ ବିଶ୍ବାଳ, ଚିତ୍ତରଞ୍ଜନ ଆଚାର୍ଯ୍ୟ,ମାନସ ରଞ୍ଜନ ରଥ,ମଦନ ଚନ୍ଦ୍ର ବାଡତ୍ୟା, କାହ୍ନୁ ଚରଣ ଦାଶ,ଜି ରାମ ବାବୁ ରେଡ଼ି,ଲିଜା ପାତ୍ର, ଦୀପାଞ୍ଜଳୀ ବେହେରା, ଅଭିନନ୍ଦନ ଜଣାଇଛନ୍ତି। କବିସୂର୍ଯ୍ୟନଗର କ୍ରୀଡ଼ା ସମ୍ପାଦକ ଧୀରେନ୍ଦ୍ର କୁମାର ସ୍ବାଇଁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କଲାବେଳେ, ଆସିକା କ୍ରୀଡ଼ା ସମ୍ପାଦକ ଇନ୍ଦିରା ଦାଶ ସ୍ୱଦେଶ ଦଲେଇ, ପଦ୍ମ ଚରଣ ବିଶୋଇ,ଉଦୟ କୁମାର ମାଝୀ, ଚନ୍ଦ୍ର ଶେଖର ଦାଶ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଆସିକା ଆଥେଲେଟିକ ଆସୋସିଏସନ୍ ସଭାପତି ଓ ସଂପାଦକ, ପ୍ରମୁଖ ଆସିକା ଅଞ୍ଚଳର ବୁଦ୍ଧିଜୀବୀ ମାନେ ଅଭିନନ୍ଦନ ଜଣାଇଛନ୍ତି।
