ନିମାପଡା ନିର୍ବାଚନ ମଣ୍ଡଳୀ ରେ ଶକ୍ତି ସଖୀ ସମ୍ବାଦ ଓ ସମ୍ପର୍କ କର୍ମଶାଳା
ଭାରତୀୟ ଜନତା ପାର୍ଟି ନିମାପଡା ନିର୍ବାଚନ ମଣ୍ଡଳୀ ରେ ଆଜି ଶକ୍ତି ସଖୀ ସମ୍ପର୍କ ଓ ସମ୍ବାଦ କର୍ମଶାଳା ଦଳୀୟ କାର୍ଯ୍ୟାଳୟ ରେ ମହିଳା ମୋର୍ଚ୍ଚା ର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀମତୀ ମୀନଲତା ମହାନ୍ତିଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ମୋଦିଙ୍କ ମହିଳା କଲ୍ୟାଣ କାରୀ ଯୋଜନା, ଓ ଲକ୍ଷପତି ଦିଦି ରେ ସ୍ୱୟଂ ସହାୟକ ଗୋଷ୍ଠୀ ଭଉଣୀ ମାନଙ୍କୁ ସାମିଲ କରାଇବା ପାଇଁ ରାଜ୍ୟ ବିଜେପି ର ନିଷ୍ପତ୍ତି ନେଇଛନ୍ତି ତାହା କାର୍ଯ୍ୟକାରୀ କରିବା ପାଇଁ ବରିଷ୍ଠ ବିଜେପି ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ମହିଳା ମୋର୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜ୍ୟୋତି ମହାପାତ୍ର ଆହ୍ୱାନ କରିଥିଲେ ।ପ୍ରତି ଘରକୁ ଯାଇ ମହିଳା ଲାଭର୍ଥୀ ମାନଙ୍କୁ ଭେଟିବା ପାଇଁ ବରିଷ୍ଠ ନେତା ଶ୍ରୀ ବିଜୟ କୁମାର ପଣ୍ଡା ମତ ପୋଷଣ କରିଥିଲେ ।ଏହି କର୍ମଶାଳା କୁ ଝିଲ୍ଲୀ ଲତା ଦାସ ଓ ସୌଦାମିନୀ ସେନାପତି ପରିଚାଳନା କରିଥିଲେ ।ପ୍ରତି ପଂଚାୟତ ରେ ସମ୍ପର୍କ ଓ ସମ୍ବାଦ କାର୍ଯ୍ୟକ୍ରମ କରିବା ପାଇଁ ଶକ୍ତି ସଖୀ ମାନଙ୍କୁ ପ୍ରସ୍ତୁତ କରାଗଲା ।ପ୍ରତେକ ପଞ୍ଚାୟତ ରୁ ଆସିଥିବା ଶକ୍ତି ସଖୀ ମାନେ ଏକତ୍ରିତ ହୋଇ ପଦ୍ମ ଫୁଲ ଘରେ ଘରେ ଫୁଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ ।କୋଟକୁସଙ୍ଗ ସରପଞ୍ଚ ଶ୍ରୀମତି ଜୟନ୍ତୀ ବିଶ୍ବାଳ, ସାଇଁସ ଶାସନ ସମିତି ସଭ୍ୟା ଶ୍ରୀମତୀ ସନ୍ଧ୍ୟା ରାଣୀ ରଥ ,କାଉନସିଲର ରଂଜିତା ପାତ୍ର, ବୀଣାପାଣି ଷଡଙ୍ଗୀ, ମନ୍ଦକିନୀ ଭଟ୍ଟ ପ୍ରତିମା ମୁଖୀ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାକୁ ସଫଳ କରିଥିଲେ ।
