ରମ୍ଭା ଏନ ଏ ସି ରେ “ଗରିମା” ସଚେତନତା କାର୍ଯ୍ୟକ୍ରମ l
ରମ୍ଭା ତା-୨୦/୦୮/୨୦୨୬ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗରିମା ସମ୍ପର୍କରେ ଏକ ସଭା ଅଧ୍ୟକ୍ଷା ମାନସୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହା ଗୃହ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ପ୍ରକାରେ ଅଗଷ୍ଟ ୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବାପାଇଁ ସ୍ଥିର ହୋଇଅଛି l ଏହାର ମୁଖ୍ୟ ଲକ୍ଷ୍ୟ ଅଞ୍ଚଳର ବିଭିନ୍ନ ନାଗରିକ ମାନଙ୍କୁ ଆଇନଗତ ସଫେଇ, ସୁରକ୍ଷିତ ସଫେଇ ସମ୍ପର୍କରେ ସଚେତନତା କରାଇବା l ଏହି ସମ୍ପର୍କରେ ସେଫଟିକ ଟାଙ୍କି ସଫେଇ କରିବାପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା କରାଇବା ଏବଂ ଟୋଲ ଫ୍ରି ନମ୍ବର -୧୪୪୨୦ କୁ କଲ କରି ସଫେଇ କରିବାପାଇଁ ରମ୍ଭା ଏନ ଏ ସି ର ସମସ୍ତ ସ୍ୱଚ୍ଛସାଥୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ପ୍ରତ୍ୟେକ ସାହିର ଘର କୁ ଘର ଯାଇ ସଚେତନତା କରାଯାଇଅଛି l ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରାଥମିକ, ଉଚ୍ଚପ୍ରାଥମିକ ସ୍କୁଲର ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ଏହି ସମ୍ପର୍କୀୟ ସଚେତନତା କରାଯାଇଅଛି l ତତ ସଙ୍ଗେ ସଙ୍ଗେ ଏହି ସମ୍ପର୍କୀୟ ରଚନା, ଓ ବକୃତା ପ୍ରତିଯୋଗିତା ମଧ୍ୟ କରାଯାଇଅଛି l ଏହି କାର୍ଯ୍ୟକ୍ରମକୁ ପ୍ରତେକ ୱାର୍ଡର ସମସ୍ତ ସାହି ଗଳି କନ୍ଦି ମାନଙ୍କରେ ମଇଳା ସଂଗ୍ରହ କରୁଥିବା ଗାଡିରେ ମାଇକ ଦ୍ୱାରା ପ୍ରଚାର କରାଯାଇ ସଚେତନତା କରାଯାଇଅଛି l ପ୍ରତ୍ୟେକ ମୋବାଇଲ ମାଧ୍ୟମରେ ସୋସିଆଲ ମିଡ଼ିଆ ଏବଂ ପେପେର ମିଡ଼ିଆ ମାଧ୍ୟମରେ ସଚେତନତା କରାଯାଇଅଛି l ସହର ମଧ୍ୟରେ ଅଣସ୍ୱୀକୃତି ପ୍ରାପ୍ତ ସେଫଟି ଟାଙ୍କି ସଫା କରିବା ଗାଡିକୁ ଧରପଗଡ଼ କରିବାପାଇଁ ଅଭିଯାନ ଚାଲିଛି l ପ୍ରତେକ ତାଲିମ୍ ପ୍ରାପ୍ତ କର୍ମଚାରୀ ମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଅଛି ଏବଂ ଏକ ରୋଗ ନିରାକରଣ ତାଲିମ୍ ଶିବିର ଆୟୋଜନ କରାଯାଇଅଛି l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ଡ଼. ସରୋଜ ଦାଶ, ସର୍ବନାମ ଦାଶ, ଦୀପକ କୁମାର ବିଶୋୟୀ, ଶ୍ରୀବତ୍ସ ମହାନ୍ତି, ହେମନ୍ତ ରାଉତ, ଶରତ ବେହେରା, ମନୋଜ କୁମାର ସେନାପତି, ମନୋଜ ପାଇକରାୟ, ନିରଞ୍ଜନ ନାୟକ, ପ୍ରଶାନ୍ତ ନାୟକ, ରଞ୍ଜିତ ନାୟକ, ସ୍ୱଚ୍ଛ ସାଥୀ ପ୍ରମୁଖ ଯୋଗଦାନ କରିଥିଲେ l
