ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଧର୍ମଶାଳା ୮/୦୨; ଧର୍ମଶାଳା ବ୍ଲକ ଅନ୍ତର୍ଗତ ସମ୍ପାରୁ ପଂଚାୟତ ତୁରଙ୍ଗ ଗ୍ରାମରେ ଆଜି ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଏହି କାର୍ଯ୍ୟକ୍ରମ ହୋଇଯାଇଅଛି। ଏଥିରେ ଧର୍ମଶାଳାର ବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତ ରାୟ ଯୋଗଦେଇ ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ କିପରି ଜନସାଧାରଣ ଙ୍କ ପାଖରେ ପହଞ୍ଚିବ ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ ତା ଉପରେ ଆଲୋଚନା କରିଥଲେ।

ଅନ୍ୟତମ ଅତିଥି ଭାବେ ଧର୍ମଶାଳା ବ୍ଲକ୍ ଅଧକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ବଳବନ୍ତ ରାୟ ଧର୍ମଶାଳା ଜିଲ୍ଲା ପରିଷଦ ଶ୍ରୀମତୀ ପ୍ରଣତି ଲେଙ୍କା ସମ୍ପାରୁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶରତ ଚନ୍ଦ୍ର ରାଉତ ସଂମ୍ପାରୁ ପଂଚାୟତ ସମିତିସଭ୍ୟ ଶ୍ରୀ ବିକାଶ କୁମାର ଖଟୁଆ ମହିସରା ସମବାୟ ସମିତି ସଭାପତି ସୁଲେଖ ପ୍ରସାଦ ନାୟକ ଯୋଗଦେଇ ବିକାଶର ଅଗ୍ରଗତି କରିଥିବାରୁ ବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତ ରାୟ ଅବଦାନକୁ ପ୍ରଶଂସା କରିଥିଲେ ଶେଷରେ କୁନି ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ହୋଇଯାଇଥିଲା।ଏହି କାର୍ଯକ୍ରମ ରେ ସମ୍ପାରୁ ପଂଚାୟତ ର ପୁରୁଷ ଓ ମହିଳା ମାନେ ଉପସ୍ଥିତ ଥିଲେ। କାର୍ଯକ୍ରମ ପରିଚାଳନାରେ BDO ଦେବେନ୍ଦ୍ର କୁମାର ବଳ PEO ଅମୂଲ୍ୟ କୁମାର ସେନାପତି ସହଯୋଗରେ କାର୍ଯକ୍ରମ କରାଯାଇଥିଲା।ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *