ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା
ନୂଆ ଓ ରାଜ୍ୟ ସ୍ତରୀୟ ଖୋଖୋ ରେ ଆଜିର ବିଜୟୀ ଦଳପୁରୀ ୮/୨ ପିଲା ମାନଙ୍କ କ୍ରୀଡା ପ୍ରତିଭା ର ବିକାଶ ପାଇଁ ରାଜ୍ୟ ସରକାର ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ପୁରୀ ଜିଲ୍ଲା ସ୍କୁଲ ଠାରେ ଅନୁଷ୍ଠିତ ହେଉଛି। ଆଜି ଅନୁଷ୍ଠିତ ମହିଳା ବର୍ଗର ମ୍ୟାଚରେ ବଲାଙ୍ଗୀର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ, କେନ୍ଦୁଝର, ପୁରୀ, ଗଞ୍ଜାମ, ବାଲେଶ୍ଵର ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି।ସେହିପରି ପୁରୁଷ ବର୍ଗରେ ଜଗତସିଂହପୁର, ସୁନ୍ଦରଗଡ, ବାଲେଶ୍ଵର, ପୁରୀ, କଟକ,ଖୋର୍ଦ୍ଧା, ଗଞାମ, ଢେଙ୍କାନାଳ ଜିଲ୍ଲାର ପ୍ରତିଯୋଗୀ ମାନେ ବିଜୟୀ ହୋଇଛନ୍ତି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସୂଚନା ଦେଇଛନ୍ତି। ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ରାଜ୍ୟର ୩୧୪ ବ୍ଲକରେ ଅନୁଷ୍ଠିତ ଖୋଖୋ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା।ଜିଲ୍ଲା ସ୍ତରର ଶ୍ରେଷ୍ଠ ଦଳ ମାନ ଙ୍କୁ ସାମିଲ କରାଯାଇ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା।୩୦ଟି ପୁରୁଷ ଓ ୩୦ଟି ମହିଳା ଦଳ ଏଥିରେ ଯୋଗ ଦେଇଛନ୍ତି।ଏହି ପ୍ରତିଯୋଗିତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ଏହି ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨ଲକ୍ଷ ଟଙ୍କା, ଦ୍ୱିତୀୟ ଦଳକୁ ୧ ଲକ୍ଷ ଟଙ୍କା, ତୃତୀୟ ଏବଂ ଚତୁର୍ଥ ଦଳ ଙ୍କୁ ୫୦ ହଜାର ଟଙ୍କା ଓ ଶ୍ରେଷ୍ଠ ଖେଳାଳୀ ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
