ଗଁଦିଆ ବ୍ଳକ ର ସମସ୍ତ ରାଜ୍ଯ ପୁରସ୍କାର
ଗଁଦିଆ ବ୍ଳକ ର ସମସ୍ତ ରାଜ୍ଯ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବଟକୃଷ୍ଣ ଲେଙ୍କା ଶିକ୍ଷା ସ୍ମୃତି ସମ୍ମାନଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର କରଡାବଣୀ ଗ୍ରାମ ରେ ଅନୁଷ୍ଠିତ ମହୋତ୍ସବ କାର୍ଯ୍ୟକ୍ରମ ରେ ଉଦ୍ ଯାପନ ସମାରୋହ ର ପ୍ରଥମ ପର୍ଯ୍ୟାୟରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଥିବା ଗଁଦିଆ ବ୍ଳକ ର ରାଜ୍ୟ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବଟକୃଷ୍ଣ ଲେଙ୍କା ଶିକ୍ଷା ସ୍ମୃତି ସମ୍ମାନ ଫେବୃଆରୀ ମାସ ଆଠ ତାରିଖ ଅପରାହ୍ନ ରେ ପ୍ରଦାନ କରାଯାଇଅଛି। ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସ୍ବର୍ଗତ ବଟକୃଷ୍ଣ ଲେଙ୍କା ଙ୍କ ସହଧର୍ମିଣୀ ତଥା ଧର୍ମପରାୟଣ ବ୍ୟକ୍ତି ବାସନ୍ତୀ ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଭାରତ ସ୍କାଉଟ ଗାଇଡସ୍ ଓଡ଼ିଶା ର ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ସଂଗଠିକା ଅନାମିକା ଦାସ, ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଢେଙ୍କାନାଳ ସସ୍ମିତା ସାହୁ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ୍ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ଧ୍ଯାରାଣୀ ସ୍ବାଇଁ ଉପସ୍ଥିତ ହୋଇ ଏହି ପ୍ରକାର ମହାନ୍ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିବା ସହିତ ଉଦ୍ଯକ୍ତା ଙ୍କୁ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ରେ ମହୋତ୍ସବ ର ସଂପାଦକ ଗିରିଜା ପ୍ରସାଦ ରାଉତ ସଂଯୋଜନା କରିଥିବା ବେଳେ ନିମନ୍ତ୍ରିତ ଅତିଥି ରୂପେ ଯୁବସମାଜସେବୀ ତାପସ କୁମାର ରାଉତ ଉଦ୍ ବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅଧ୍ୟାପକ ଛବିନ୍ଦ୍ର ରାଉତ କରଡାବଣୀ ମହୋତ୍ସବ ର କର୍ମ କର୍ତ୍ତା ସକ୍ରୀୟ ସହଯୋଗ କରିଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଅତିଥି ପରିଚୟ ପ୍ରଦାନ ସହିତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସ୍ବର୍ଗତ ବଟକୃଷ୍ଣ ଲେଙ୍କା ଙ୍କ ଜ୍ୟେଷ୍ଠା ସୁ କନ୍ୟା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଦିପ୍ତିମୟୀ ଲେଙ୍କା ଶିକ୍ଷା ସ୍ମୃତି ସମ୍ମାନ ପ୍ରଦାନ ର ଉଦେଶ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଗଁଦିଆ ବ୍ଳକ ର ରାଜ୍ଯ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡଧର ସାହୁ, ହରିହର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା, ନିହାର ବାଳା ରାଉତ ଅବସର ପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ଯୋର୍ତିମୟୀ ନାଥ ଓ ବର୍ତ୍ତମାନ ର ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଦିପ୍ତିମୟୀ ଲେଙ୍କା ଙ୍କୁ ମାନପତ୍ର, ସ୍ମୃତି ଫଳକ, ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ବଟକୃଷ୍ଣ ଲେଙ୍କା ଶିକ୍ଷା ସ୍ମୃତି ସମ୍ମାନ ରେ ବିଭୂଷିତ କରାଯାଇଥିଲା
