ଜିଓ ନେଟୱାର୍କ କାର୍ଯ୍ୟକାରୀ କରିବା ନେଇ ଉପ ଜିଲ୍ଲାପାଳ ଙ୍କୁ ଦାବି ପତ୍ର
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ର ଦୁର୍ଗମ ପକାରୀ ପଂଚାୟତ ର କିରାମି ଗାଁ ରେ ନେଟୱର୍କ ସମସ୍ୟା ର ସମାଧାନ ନେଇ ବାଲିଗୁଡା ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ l କୋଟଗଡ଼ ବ୍ଲକ ର ପକାରୀ ପଂଚାୟତ ର କିରାମି ଗାଁ ରେ ଦୀର୍ଘ ଦିନ ହେବ ଜିଓ ଟାୱାର ସ୍ଥାପନ ହୋଇଥିଲେ ସୁଦ୍ଧା ଆଜିଯାଏ କାର୍ଯ୍ୟକାରୀ ହୋଇନଥିବା ଦାବି କରିଛନ୍ତି କିରାମି ଗ୍ରାମବାସୀ l ଏହି ପକାରୀ ପଂଚାୟତ ରେ ପାଞ୍ଚ ହଜାର ରୁ ଉର୍ଦ୍ଧ ବସବାସ କରୁଥିବା ବେଳେ ନେଟୱର୍କ ସମସ୍ୟା ନେଇ ବହୁ ଅସୁବିଧା ର ସାମ୍ନା କରୁଥିବା ଗ୍ରାମବାସୀ କହିଛନ୍ତି l ତେବେ ଦାବି ମୁତାବକ ଦୀର୍ଘଦିନ ହେବ ସ୍ଥାପନ ହୋଇଥିବା ଜିଓ ଟାୱାର କାର୍ଯ୍ୟକାରୀ ହେଲେ ବହୁ ଦିନର ଆଶା ପୂରଣ ହେବା ସହ ନେଟୱର୍କ ସମସ୍ୟା ର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି l ତେଣୁ ଦାବିପତ୍ର କୁ ଅନୁଧ୍ୟାନ କରି ଯଥାଶୀଘ୍ର ସମସ୍ୟା ର ସମାଧାନ କରିବାକୁ ଉପଜିଲ୍ଲାପାଳ ଙ୍କୁ ଦାବି କରିଛନ୍ତି କିରାମି ଗ୍ରାମବାସୀ l
