ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ
।ପୁରୀ ୯/୨ ସୂଚନା ଅଧିକାର ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ।ଏହା ବିଭିନ୍ନ ଅବହେଳାର ନିରାକରଣ ଓ ସମସ୍ୟା ର ସମାଧାନ ରେ ସାଧାରଣ ଜନତାଙ୍କୁ ନିରନ୍ତର ସହଯୋଗ ଦେଇ ଆସୁଛି।ତେଣୁ ହିତାଧିକାରୀ ଆବଶ୍ୟକ କରୁଥିବା ସୂଚନା କୁ ଯେପରି ସହଜ ଓ ସରଳ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରାଯାଇ ପାରିବ ଓ ନିଜ ବିଭାଗର ତଥ୍ୟ କୁ ସଠିକ ଭାବରେ ପ୍ରଦର୍ଶନ କରାଯାଇ ପାରିବ ସେ ସମ୍ପର୍କରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳା କୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶୀଷ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆର ଟି ଆଇ ସେଲ ମାଧ୍ୟମରେ ନୋଡାଲ ଅଫିସର ହର୍ଷ ପରିଛା ଏହି କର୍ମଶାଳାକୁ ସଂଯୋଜନା କରିବା ସହ ବିଭିନ୍ନ ପ୍ରଶ୍ନ ର ସମାଧାନ କରିଥିଲେ। ବିଶେଷ କରି ସ୍ୱଛାକୃତ ଭାବେ ସୂଚନା ଗୁଡିକୁ ନିୟମିତ ଅପଡେଟ୍ କରିବା ସହ ନିୟମ ରେ ଯେଉଁ ପରିବର୍ତ୍ତନ ଘଟୁଛି ସେ ସମ୍ପର୍କରେ ଅବଗତ କରାଇବା ଏହି କର୍ମଶାଳା ର ଉଦ୍ଦେଶ୍ୟ ରହିଥିଲା।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏହାର ପରିଚାଳନା କରିଥିଲେ।ଏଥିରେ ବିଭିନ୍ନ କାର୍ଯ୍ୟାଳୟ ର ପ୍ରଥମ ଆପିଲେଟ କର୍ତ୍ତୃପକ୍ଷ ବା ଏଫ ଏ ଏ, ଜନ ସୂଚନା ଅଧିକାରୀ ବା ପିଆଇଓ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ନେବା ସହ ସେମାନଙ୍କ ବିଭିନ୍ନ ସଂଶୟ କୁ ଆଲୋଚନା କରିଥିଲେ।
