ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଅନ୍ୟତ୍ର ବଦଳି ନ କରିବାକୁ ବିଡ଼ିଓ ଙ୍କୁ ଦାବିପତ୍ର

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଅନ୍ୟତ୍ର ବଦଳି ନ କରିବାକୁ ବିଡ଼ିଓ ଙ୍କୁ ଦାବିପତ୍ର କେସିଙ୍ଗା ୧୦/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ରେ କାର୍ଯ୍ୟରତ ଥିବା ପଞ୍ଚାୟତ ନର୍ବାହୀ ଅଧିକାରୀ ଲମ୍ବୁଧର ଶିଖା ଙ୍କ ଅନ୍ୟତ୍ର ବଦଳି ନ କରିବାକୁ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ଙ୍କୁ ଉତ୍କେଲା ସରପଞ୍ଚ ନରେନ୍ଦ୍ର ମାଝୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ସେ ତାଙ୍କର ଦାବୀ ପତ୍ର ରେ ଉତ୍କେଲା ପଞ୍ଚାୟତ ରେ କାର୍ଯ୍ୟରତ ଥିବା ପିଇଓ ଲମ୍ବୋଦର ଶିଖା ଦୀର୍ଘଦିନ ରୁ ଏହି ପଞ୍ଚାୟତ ରେ ନିଷ୍ଠାପର ସହିତ ସୁଚାରୁରୂପେ ନିଜର କାର୍ଯ୍ୟ ସମ୍ପାଦନା କରି ଆସୁଥିବା ଦର୍ଶାଇ ତାଙ୍କୁ ଅନ୍ୟତ୍ର ବଦଳି ନା କରିବା ପାଇଁ ଅନୁରୋଧ କରିଛନ୍ତି | ଏଠି କହି ରଖିବା ଉଚିତ୍ ହେବ ଯେ ଉତ୍କେଲା ପିଇଓ ଶ୍ରୀ ଶିଖା ଙ୍କ କାର୍ଯ୍ୟ ଦକ୍ଷତା ଏବଂ ତାଙ୍କ ଉତ୍ତମ ବ୍ୟବହାର କୁନେଇ ଆଉ ଦୁଇଟି ପଞ୍ଚାୟତ ଯାହା ଚାଞ୍ଚେର ଏବଂ କନ୍ତେଶିର ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟାଭାର ତୁଲାଇବା ଦାୟିତ୍ୱ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ଦିଆଯାଇଛି | ଜଣେ ପିଇଓ ତିନୋଟି ପଞ୍ଚାୟତ ର ପ୍ରତ୍ୟେକ ଅଫିସ କାର୍ଯ୍ୟ କୁ ନିଷ୍ଠାପର ସହିତ ତୁଲାଉଥିବା ପରିଲକ୍ଷିତ ହେଉଛି । ତାଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ନିକଟରେ ପିଇଓ ଶ୍ରୀ ଶିଖା ଙ୍କୁ କେସିଙ୍ଗା ବ୍ଲକ ରେ ପ୍ରଶାସନ ପକ୍ଷରୁ ଜିପିଡିଓ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି | ପିଇଓ ଶ୍ରୀ ଶିଖା ଙ୍କ କାର୍ଯ୍ୟ ଦକ୍ଷତା ଯୋଗୁଁ ପଦୋନ୍ଵତୀ ମିଳିଥିବା ବେଳେ ,ତାଙ୍କର କିଛି ବିରୋଧୀ ଗୋଷ୍ଠୀ ବ୍ୟକ୍ତି ଗତ ସ୍ୱାର୍ଥ କୁ ନେଇ ପିଇଓ ଲମ୍ବୁଧର ଶିଖା ଙ୍କ ବିରୋଧ ରେ ଏବଂ ତାଙ୍କର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ଉଠାଇ ସମ୍ମାନ ହାନି ହେଉଥିବା ଭଳି ମିଛ ଖବର ପ୍ରସାରଣ କରୁଛନ୍ତି ବୋଲି ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି ଉତ୍କେଲା ସରପଞ୍ଚ । ଏକ ଗଣ ମାଧ୍ୟମ ରେ ପି ଇ ଓ ଙ୍କୁ ତିନୋଟି ପଞ୍ଚାୟତ ର ଦାୟିତ୍ଵ ମଧ୍ୟ ରୁ ଚାଞ୍ଚେର ଓ କନ୍ତେଶିର ପଞ୍ଚାୟତ ରୁ କାଢି ଦିଆଯାଇଥିବା ଖବର ପ୍ରକାଶିତ ହୋଇଥିବା ବେଳେ ଏହାର ସତ୍ୟତା ନେଇ ଆମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏ ବିଷୟ ରେ ପଚାରି ବୁଝିଥୀଲୁ।ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କହିବା କଥା କାର୍ଯ୍ୟ ଦକ୍ଷତା ଉପରେ ତଦନ୍ତ ଚାଲିଛି ଓ ତଦନ୍ତ ପରେ ଯାହା କିଛି ନିଷ୍ପତି ନିଆଯିବ ।ସରପଞ୍ଚ ଙ୍କ ଦାବିପତ୍ର ଉପରେ ପ୍ରତିକ୍ରିୟା ଦେଇ କହିଥିଲେ , ସରପଞ୍ଚ ଙ୍କ ଦାବିପତ୍ର ବିଷୟରେ ମୁଁ ତଦନ୍ତ କରି ନିର୍ବାହୀ ଅଧିକାରୀ କେଉଁ ପଞ୍ଚାୟତ ରେ ରହିବେ ଓ କେଉଁ ପଞ୍ଚାୟତର ଦାଇତ୍ୱ କଢାଯିବ ସେ ବିଷୟରେ ନିର୍ଣ୍ଣୟ ନେବି ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *