ନୂଆ-ଓ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଯାପିତ

ମହିଳା ବର୍ଗରେ ଚମ୍ପିୟାନ ଓ ପୁରୁଷ ବର୍ଗରେ ଚମ୍ପିୟାନପୁରୀ ୧୦/୨ ନୂଆ-ଓ ଯୁବ ସମାଜର ଲୁକ୍କାୟିତ ପ୍ରତିଭାକୁ ବାହାର କୁ ଆଣିବାରେ ସହାୟକ ହୋଇଛି ବୋଲି କହିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା।ଆଜି ଜିଲ୍ଲା ସ୍କୁଲ ପରିସରରେ ନୂଆ-ଓ ମାଧ୍ୟମରେ ହେଉଥିବା ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାର ଶ୍ରେଷ୍ଠ ଦଳକୁ ମୁଖ୍ୟ ଅତିଥି ରୂପେ ପୁରସ୍କୃତ କରିବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କ୍ରୀଡା ଶରୀର କୁ ସୁସ୍ଥ ଓ ମାନସିକ ଦୃଢ଼ତା କରିବା ସହ ଶୃଙ୍ଖଳା ଓ ଭାଇଚାରାର ଶିକ୍ଷା ଦେଇଥାଏ।ରାଜ୍ୟ ସରକାର କ୍ରୀଡା ଓ କ୍ରୀଡାବିତ ଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।ସମଗ୍ର ବିଶ୍ୱରେ କ୍ରୀଡା ପାଇଁ ରାଜ୍ୟର ସୁନାମ ବୃଦ୍ଧି ପାଇଛି ବୋଲି କହିବା ସହ ସମସ୍ତ କ୍ରୀଡାବିତ ମାନ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର,ଓଏସଡି ଡଃ ସ୍ୱରୂପାନନ୍ଦ ସାହୁ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ଙ୍କ ପ୍ରତିଭା ର ବିକାଶ ଓ କ୍ରୀଡା କ୍ଷେତ୍ରରେ ସେମାନ ଙ୍କୁ ସମର୍ଥ କରିବାକୁ ନୂଆ-ଓ ଏକ ସୁନ୍ଦର ପ୍ଲାଟଫର୍ମ ବୋଲି କହିଥିଲେ।

ମହିଳା ବର୍ଗରେ ଖୋର୍ଦ୍ଧା ଜିଲ୍ଲା ଓ ପୁରୁଷ ବର୍ଗରେ ବାଲେଶ୍ଵର ଜିଲ୍ଲା ପ୍ରଥମ ହୋଇଥିବାରୁ ୨ ଲକ୍ଷ ଲେଖାଏଁ ଟଙ୍କା ,ମହିଳା ବର୍ଗରେ ବାଲେଶ୍ଵର ଜିଲ୍ଲା ଓ ପୁରୁଷ ବର୍ଗରେ ପୁରୀ ଜିଲ୍ଲା ୨ ୟ ହୋଇଥିବାରୁ ୧ଲକ୍ଷ ଟଙ୍କା ଲେଖାଏଁ, ମହିଳା ବର୍ଗରେ ପୁରୀ ଜିଲ୍ଲା ଓ ପୁରୁଷ ବର୍ଗରେ ଜଗତସିଂହପୁର ଜିଲ୍ଲା ୩ୟ ହୋଇ ଥିବାରୁ ୫୦ ହଜାର ଟଙ୍କା ଓ ମହିଳା ବର୍ଗରେ ଜଗତସିଂହପୁର ଜିଲ୍ଲା ଓ ପୁରୁଷ ବର୍ଗରେ ଖୋର୍ଦ୍ଧା ଜିଲ୍ଲା ୪ର୍ଥ ହୋଇ ଥିବାରୁ ୫୦ ହଜାର ଟଙ୍କା ଲେଖାଏଁ ସହ ମାନପତ୍ର ଓ ଟ୍ରଫି ଦେଇ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।ଶ୍ରେଷ୍ଠ ଖେଳାଳୀ ଭାବେ ମହିଳା ବର୍ଗରେ ଖୋର୍ଦ୍ଧା ର ଶୁଭଶ୍ରୀ ସିଂଙ୍କୁ ଓ ପୁରୁଷ ବର୍ଗରେ ପୁରୀ ର ସନ୍ତୋଷ କୁମାର ପ୍ରଧାନଙ୍କୁ ମଧ୍ୟ ୧୦ ହଜାର ଟଙ୍କା, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ପୁରୀ ଜିଲ୍ଲା କୁ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ର ସୁଯୋଗ ମିଳିଥିଲା ।ଏହା ଅତି ଶୃଙ୍ଖଳିତ ଓ ସୁନ୍ଦର ଭାବେ ସମାପନ ହୋଇ ଥିବାରୁ ଜିଲ୍ଲାପାଳ ବିଜୟ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *