ଲଷ୍ମୀପୁରାଣ ରଚେଇତା ଭକ୍ତ କବି ବଳରାମ ଦାସଙ୍କ ମହାପ୍ରଣାୟ ଦିବସ 2024 ଅନୁଷ୍ଠିତ
lଗୋପ :- 10/02/2024 ( ) ପବିତ୍ର ତ୍ରିବେଣୀ ଅମାବାସ୍ୟାର ସାରସ୍ବତ ସନ୍ଧ୍ୟାରେ ଭକ୍ତ କବି ବଳରାମ ଦାସଙ୍କ ଜନ୍ମପୀଠ ତଥା ଗୁପ୍ତଶ୍ରୀକ୍ଷେତ୍ର ଏରବଙ୍ଗରେ ବଳରାମ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ ବଳରାମଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପଞ୍ଚସଖା ଭକ୍ତ ବଳରାମ ଦାସ ସୃତି ସଂସଦର ମିଳିତ ଆନୁକୂଲ୍ୟରେ ପାଳିତ ହେଉଥିବା ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅବସରରେ ସଭାପତିତ୍ୱ କରିଥିଲେ ଏରବଙ୍ଗ ର ବରିଷ୍ଟ ରାଜନେତା ତଥା ସମାଜସେବୀ ପ୍ରଦୀପ୍ତ କୁମାର ମହାନ୍ତି , ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଗାଳ୍ପିକ ତଥା ସୁନାମଧନ୍ୟ ବକ୍ତା ସୁନିଲ୍ କୁମାର ରଥ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଗୋପ ଅଞ୍ଚଳ ର ବିଶିଷ୍ଟ ସାହିତିକ ତଥା ଶିକ୍ଷାବିତ୍ ପୁନେଶ କୁମାର ସେନାପତି , ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଜଣାଶୁଣା ପ୍ରଵକ୍ତା ତଥା ସାହିତିକ ସଚ୍ଚିଦାନ ବେହେରା ଓ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ବିଶେଷ ପ୍ରଭୁତି ଉପସ୍ଥିତି ରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ନିକଟସ୍ତ ସ୍କୁଲ ର ଛତ୍ର ଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଥିଲା l ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କୃତିପ୍ରତିଯୋଗୀମାନଙ୍କୁ ଅନୁଷ୍ଠିତ ପକ୍ଷରୁ ମାନପତ୍ର ପ୍ରଦାନ କରିବା ସହିତ ଉତ୍ସାହିତ କରାଯାଇଥିଲା l ଷୋଡ଼ଶ ଶତାବ୍ଦୀର ଭକ୍ତି ଆନ୍ଦୋଳନର ପଞ୍ଚସଖା ମଧ୍ଯରୁ ବୟଜ୍ୟୋଷ୍ଠ ଥିଲେ ଭକ୍ତ କବି ବଳରାମ ଦାସ ତାଙ୍କର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ଗ୍ରାମରେ ଜନ୍ମଗ୍ରହଣ ହୋଇଥିଲା l ସମସ୍ତ ଓଡ଼ିଆ ତଥା ଜନସମାଜକୁ ଦିଗ୍ ଦର୍ଶନ ଦେଇଯାଇଛନ୍ତି । ତାଙ୍କୁ ସମଗ୍ର ମାନବ ସମାଜରେ ଉଦ୍ଜୀବିତ କରି ରଖୁବା ସଂଗେ ସଂଗେ ମଣିଷ ସମାଜ ମଧ୍ୟରେ ବଳରାମ ଦାସଙ୍କୁ ପ୍ରତିଷ୍ଠିତ କରିବା ପାଇଁ ୧୯୯୨ ମସିହାରୁ ବଳରାମ ଦାସ ସ୍ମୃତି ସଂସଦ ଅହରହ କାର୍ଯ୍ୟ କରି ଆସୁଅଛି । ମୁଖ୍ୟତଃ ଅନୁଷ୍ଠାନର ପ୍ରଥମ ସଭାପତି ସ୍ୱର୍ଗତ ହଟକିଶୋର ସ୍ୱାଇଁଙ୍କର ନିଷ୍ଠାପର ପ୍ରଚେଷ୍ଟା ଯୋଗୁଁ ଦୀର୍ଘ ୩୨ ବର୍ଷଧରି ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପାଳିତଳିତ ହୋଇ ଆସୁଅଛି । ବଳରାମ ରାମ ଦାସଙ୍କ ଦ୍ଵାରା ରଚିତ ଅନେକ ଗ୍ରନ୍ଥ କବିତା କାବ୍ୟ ମଧ୍ୟରୁ ଅନ୍ୟତମ ହେଲା ଦାଣ୍ଡି ରାମାୟଣ ଓ ଲକ୍ଷ୍ମୀପୁର ସମଗ୍ର ଓଡ଼ିଆ ଙ୍କ ଘରେ ଏକ ପର୍ବ ନୁହେଁ ବରଂ ମହୋତ୍ସବରେ ପରିଣତ ହୋଇପାରିଛି l କେବଳ ଓଡିଶା କିମ୍ବା ଭାରତ ନୁହେଁ ସମଗ୍ର ପୃଥିବୀ ର କୋଣ ଅନୁକୋଣ ରେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀମାନେ ମାର୍ଗଶୀର ମାସ ଗୁରୁବାର ରେ ମାଣବସା ପର୍ବ ପାଳନ କରୁଅଛନ୍ତି । ବଳରାମ ଦାସ ଲଷ୍ମୀପୁରାଣ ମାଧମରେ ସମାଜର କୁସଂସ୍କାର ତଥା ଜାତିଭେଦକୁ ବିଲୋପ କରିବା ପାଇଁ ଏକ ସଚେତନତା ର ବାର୍ତା ଦେଇଯାଇଛନ୍ତି l ଏଥିପାଇଁ କୋଣର୍କ ଠାରେ ଥୁବା ଅବଧୂତ ମଠ ର ମଠାଦୀଶ ବାବା ଆଦିତ୍ୟ ଚରଣ ଦାସ ମହାରାଜା ଙ୍କ ପ୍ରୟାସ ଯୋଗୁଁ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦ ସହଯୋଗରେ ମାର୍ଗଶୀର ମାସ ପ୍ରଥମ ଗୁରୁବାର ରେ ମାଣବସା ମହୋତ୍ସବ ପାଳନ କରାଯାଉଅଛି l ପ୍ରତ୍ୟେକ ବର୍ଷ 50 ରୁ ଉର୍ଦ୍ଧ ସାଧୁ ସନ୍ଥ ମାନଙ୍କ ଉପସ୍ଥିତି ରେ ବଳରାମ ଦାସଙ୍କ ଜୀବନୀ, ସାହିତ୍ୟ ଓ ଭକ୍ତ ଭାବନା ଉପରେ ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ବଳରାମ ଦାସଙ୍କ ଫୋଟୋ ଚିତ୍ର କୁ ସମ୍ମାନ ସହକାରେ ଭଜନ କୀର୍ତନ ଓ ନାମ ସକୀର୍ତ୍ତନ କରାଯାଇ ଜନ୍ମପୀଠ ଗୁପ୍ତକ୍ଷେତ୍ର ଏରବଙ୍ଗଠାରେ ଏକ ସାହିତ୍ୟ ଆସର କରାଯାଏ l ଏହି ଅଞ୍ଚଳରେ ବହୁ ଭକ୍ତପ୍ରେମୀମାନେ ଯୋଗ ଦେଇ ଭକ୍ତି ରସରେ ନିଜକୁ ଭିଜାଇଥାନ୍ତି l ଠିକ ସେହିପରି ବଳରାମ ଦାସ ଙ୍କ ଜନ୍ମ ଦିନ ପହିଲି ରଜରେ ହୋଇଥିବାରୁ ପ୍ରତ୍ୟେକ ବର୍ଷ ତାଙ୍କର ଜୟନ୍ତୀ ସମାଧି ପୀଠ ବେଗୁନିଆ ଠାରେ ଥିବା ବଳରାମ ଦାସ ସ୍ମୃତି ସଂସଦ ଦ୍ଵାରା ପାଳନ କରାଯାଏ lହରେକୃଷ୍ଣ. ଗୋପ
