ରମେଶ ପଟ୍ଟନାୟକ ଙ୍କୁ ପୁଣିଥରେ ଗୁରୁ ଦାୟିତ୍ଵ
ରମେଶ ପଟ୍ଟନାୟକ ଙ୍କୁ ପୁଣିଥରେ ଗୁରୁ ଦାୟିତ୍ଵ , କେସିଙ୍ଗା ବିଜେଡି ନଗର ସଭାପତି ଭାବେ ପୁନର୍ବାର ମନୋନୀତ ।କେସିଙ୍ଗା ୯/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀ ର ପ୍ରମୁଖ ସହର ଭାବେ ପରିଗଣିତ ହୋଇଥାଏ ।ଗତ ଥର କେସିଙ୍ଗା ଏନ୍ ଏ ସି ନିର୍ବାଚନ ରେ ବି ଜେ ଡି ବାଜିମାତ କରିବା ଓ ଏନ୍ ଏ ସି ଅଧ୍ୟକ୍ଷ ପଦରେ ବିଜେଡି ର ସଦସ୍ୟ ବସିବା ପଛରେ ଯାହାଙ୍କ ହାତ ରହିଥିଲା ସେ ହେଉଛନ୍ତି ବିଜେଡି ର ନଗର ସଭାପତି ରମେଶ ପଟ୍ଟନାଏକ ।ବିଭିନ୍ନ ସମୟରେ ନଗର ବିଜେଡି ର କାର୍ଯ୍ୟକ୍ରମ ଗୁଡ଼ିକୁ ସୂଚାରୁ ରୂପେ ତୁଲାଇବା ସହ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟ ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ହେଉ ରମେଶ ପଟନାଏକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ଭାବେ ରହି ଆସିଚି। ଏହାକୁ ଦୃଷ୍ଟି ରେ ରଖି ରମେଶ ପଟନାଏକ ଙ୍କୁ ପୁନର୍ବାର କେସିଙ୍ଗା ସହର ର ବିଜେଡି ନଗର ସଭାପତି ଭାବରେ ମନୋନୀତ କରାଯାଇଛି।ବିଜେଡି ର ଏହି ପୁରୁଣା ନେତା ଙ୍କୁ ସଭାପତି ଭାବରେ ମନୋନୀତ କରିଥିବାର କେସିଙ୍ଗା ନଗର ବିଜେଡି ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି।ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ କଳାହାଣ୍ଡି ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ଆଗାମୀ ଦିନରେ ବିଜେଡି କିପରି କେସିଙ୍ଗା ରେ ସୁଦୃଢ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ସହିତ ଅଞ୍ଚଳ ର କର୍ମକର୍ତ୍ତା ଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ପାଟି ପାଇଁ କାମକରିବି ବୋଲି ମତ ବ୍ୟକ୍ତ କରିଛନ୍ତି ।
