ଜଗତସିଂହପୁର ଠାରେ ମେଡ଼ିକାଲ କଲେଜ ନାହିଁ ତ ଭୋଟ ନାହିଁ

– ଜଗତସିଂହପୁର ଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଆଇନିଜୀବୀ ବାସୁଦେବ ଙ୍କ ନେତୃତ୍ୱ ରେ ଶତାଧିକ ଦଳ ମତ ନିର୍ବିଶେଷରେ ଜନସାଧାରଣ ମାନେ ଏକ ବାଇକ ଶୋଭାଯାତ୍ରାରେ ସହର ଠାରୁ ପ୍ରତ୍ୟେକ ପଂଚାୟତ ପରିକ୍ରମା କରି ଥିଲା । ଏହା ସହିତ ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ର କଟକ ସ୍ଥାନାନ୍ତର ବନ୍ଦ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଦାବିପତ୍ର ପ୍ରଦାନ କରାଯାଇ ଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁ ନାହାନ୍ତି । ଏହାର ପ୍ରତିବାଦ ରେ ବିଭିନ୍ନ ସମୟରେ ଆନ୍ଦୋଳନ କରାଯିବା ସହିତ ଜିଲ୍ଲା ବନ୍ଦ କରାଯାଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସାଧାରଣ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବାକୁ ଆନ୍ଦୋଳନ କାରି ମାନେ ଚେତାବନୀ ଦେଇଛନ୍ତି ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *