କାକଟପୁରରେ ବିଶ୍ୱ ଦାସକୁ ବିରୋଧ

କାକଟପୁରରେ ବିଶ୍ୱ ଦାସକୁ ବିରୋଧ, ବିଶୁ ହଟାଅ – କଂଗ୍ରେସ ବଞ୍ଚାଅ ନାରା ଦେଲେ ଅବଦାନ ପଞ୍ଚାୟତ କର୍ମୀକାକଟପୁର,୧୧.୦୨- ବିଶ୍ୱ ଦାସକୁ ବିରୋଧ, ବିଶୁ ହଟାଅ – କଂଗ୍ରେସ ବଞ୍ଚାଅ ନାରା ଦେଲେ ଅବଦାନ ପଞ୍ଚାୟତ କର୍ମୀ। କାକଟପୁର ବ୍ଲକରେ କଂଗ୍ରେସ ମଧ୍ୟରେ ଥିବା ଅସନ୍ତୋଷ ଆଜି ପଦାରେ ପଡିଛି। ପୁର୍ବରୁ ସଂରକ୍ଷିତ ଆସନ ପାଇଁ ବିଶ୍ୱ ଭୂଷଣ ଦାସ ଲଗାତର ପ୍ରାର୍ଥୀ ହେଇ ଆସୁଥିଲେ ମଧ୍ୟ କଂଗ୍ରେସର ଅଗ୍ରଗତି ହେଇ ପାରୁନାହିଁ। ବଦଳରେ କଂଗ୍ରେସ ଅନ୍ତ କନ୍ଦଳ ଓ ଭାଙ୍ଗିବାରେ ଲାଗୁଛି। ଗତ ପଞ୍ଚାୟତ ନିର୍ବାଚନ ସମୟରେ କାକଟପୁର କଂଗେସରେ ଦୁଇ ଗୋଷ୍ଠୀ ହୋଈ ପ୍ରତି ପଂଚାୟତରେ ସେମାନଙ୍କ ପ୍ରାର୍ଥୀ ଦେଲେ ଯାହା ଫଳରେ କଂଗ୍ରେସର ସ୍ଵଚନୀୟ ପରାଜୟ ହୋଇଥିଲା। ଏଥିପାଇଁ କଂଗ୍ରେସ ନେତୃତ୍ବ କୁ ବିରୋଧ କରି ଅବଦାନ ପଂଚାୟତରେ ଶତାଧିକ କର୍ମୀ ଆଗାମୀ ଦିନର ବିଶ୍ୱ ଦାସକୁ ଘୋର ବିରୋଧ କରିବେ। ଏନେଇ କଂଗ୍ରେସ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସେଥିରେ ଆଗାମୀ ନିର୍ବାଚନରେ ବିଶ୍ୱ ଦାସ ଟିକେଟ ପାଇଲେ ତାଙ୍କୁ ଘୋର ବିରୋଧ କରାଯାଇ ତାଙ୍କ ବିରୁଦ୍ଧରେ ଆଉ ଏକ ପ୍ରାର୍ଥୀ ଠିଆ କରାଯିବ ବୋଲି କର୍ମୀ ମାନେ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *