ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବପାଠପଢା ସହ ଜୀବନରେ ସଂସ୍କାର ଓ ଅଧବ୍ୟବସାୟ ଜରୁରୀ

୧୯୪୪ ମସିହାରୁ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ଅନ୍ୟତମ ପୁରାତନ ସ୍କୁଲ୍ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ମନୋରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଭଞ୍ଜ ସାହିତ୍ୟର ପ୍ରବକ୍ତା ସାହିତ୍ୟିକ କୁମାରକବି ପ୍ରଶାନ୍ତ କୁମାର ବାହିନୀପତି, ମୂଖ୍ୟବକ୍ତା ଭାବେ ସମାଜସେବୀ ତଥା ପୁରାତନ ଛାତ୍ର ସଂଘର ସଭାପତି ପୁନ୍ୟେସ କୁମାର୍ ସେନାପତି, ବିଶିଷ୍ଟବକ୍ତା ଭାବେ ପ୍ରସିଦ୍ଧ ବ୍ୟଙ୍ଗକବି ହାସ୍ୟକୁମୁଦ ସମ୍ପଦ କୁମାର ରଥ, ବିଦ୍ୟାଳୟ ପରିଚାଳନା ସଭାପତି ଅବଦୁଲ ଇଶ୍ରାଫିଲ ଖାଁ ପ୍ରମୁଖ ଯୋଗ ଦେଇଥିଲେ। ସର୍ବପ୍ରଥମେ ଅତିଥି ମାନେ ଠାକୁରଙ୍କ ନିକଟରେ ପୁଷ୍ପ ଓ ଦୀପଦାନ ପୂର୍ବକ ଉତ୍ସବ ଆରମ୍ଭ ହୋଇଥିଲା। ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପାଠପଢା ସହ ଜୀବନରେ ସଂସ୍କାର ଓ ଅଧବ୍ୟବସାୟ ଜରୁରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୁର୍ବରୁ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା, ସାହିତ୍ୟ, ବିଜ୍ଞାନ ଆଦି ବିଭିନ୍ନ ବିଭାଗର ୧୫୦ କୃତି ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଏଥି ସହିତ ଗତବର୍ଷ ସଫଳତାର ସହ ଭଲ ମାର୍କ ରଖି ଉତିନ୍ନ ହୋଇଥିବା ଦୁଇ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅବସର ନେବାକୁ ଆଉ ଅଳ୍ପ ଦିନ ଥିବାରୁ ବିଦ୍ୟାଳୟର ପରିବାର ପକ୍ଷରୁ ପ୍ରଧାନଶିକ୍ଷକଙ୍କୁ ମଧ୍ଯ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଅପରାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ ଓ ଡ୍ରାମା ପରିବେଷଣ କରାଯାଇଥିଲା। ଯାହା ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ବାନ୍ଧି ରଖିଥିଲା। ପ୍ରାରମ୍ଭରେ ପ୍ରଧାନଶିକ୍ଷକ ସ୍କୁଲର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସ୍କୁଲର ବିଜ୍ଞାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ରୋଜାଲିନ ବାରିକ, ପ୍ରିୟଦର୍ଶିନୀ ପଟନାୟକ, ପୁଷ୍ପାଞ୍ଜଳି ତରେଇ, ଅଭିଲିପସା ପଣ୍ଡା , ଶିକ୍ଷକ ସୁଭ୍ରଜିତ୍ ନାୟକ ଓ ଏସ ଜୁଲମନନ୍ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *