ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ୧୨/୨ ଓଡ଼ିଶା ର ବିଶିଷ୍ଟ ସାହିତ୍ୟିକ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ, ଦୈନିକ ସମ୍ବାଦପତ୍ର ସମୟ ର ସଂପାଦକ ତଥା ସମାଜ ସଂସ୍କାରକ ୯୫ ବର୍ଷିୟ ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି। ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ମଧ୍ୟରେ ବଡ଼ପୁଅ ସଂଜୀବ ହୋତା ଶବାଧାର ରେ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗଦ୍ବାର ଠାରେ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସ ପି ସୁଶିଲ କୁମାର ମିଶ୍ର,ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସି ବିଚ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର, ସମାଜସେବୀ ବଦ୍ରି ମିଶ୍ର,ଅନ୍ୟାନ୍ୟ ବରିଷ୍ଠ ନାଗରିକ, ସାହିତ୍ୟିକଙ୍କ ସମେତ ପୁରୀ ର ଅନେକ ସାମ୍ବାଦିକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ୱର୍ଗତ ହୋତା ଙ୍କ ପରିବାର ର ସଦସ୍ୟ, ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *