ଖୁଡିକୁ ଟେକି ନେଇ ବଳାତ୍କାର କରି ଗିରଫ ହେଲା ପୁତୁରା
-ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗାଁରେ ଲଜ୍ଜା। ଘରେ କେହି ନଥିବା ବେଳେ ଖୁଡିକୁ ଟେକି ନେଇ ବଳାତ୍କାର କଲା ସମ୍ପର୍କୀୟ ପୁତୁରା। ପୀଡିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପୁତୁରା ବାଲା ପଧାନକୁ ଗିରଫ କରିଛି କଙ୍କଡାହାଡ଼ ପୋଲିସ। ତେବେ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଗତ ୮ତାରିଖ ଦିନ ଅପରାହ୍ନ ୫ଟା ସମୟରେ ସମ୍ପର୍କୀୟ ପୁତୁରା ବାଲା ନିଜ ଖୁଡିକୁ ଏକାକୀ ପାଇ ଘର ପଛ ପାଖକୁ ଟେକି ନେଇଥିଲା। ସେଠାରେ ପୀଡିତାଙ୍କ ଅନିଚ୍ଛା ସତ୍ୱେ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି ପୀଡିତା। ଏ ନେଇ ପୀଡିତା ଜଣଙ୍କ ବାହାର ରହୁଥିବା ନିଜ ସ୍ୱାମୀଙ୍କୁ ଜଣାଇବା ପରେ ଗତ କାଲି ସନ୍ଧ୍ୟାରେ ସେମାନେ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଗିରଫ ହୋଇଛି ଅଭିଯୁକ୍ତ ପୁତୁରା ବାଲା ପଧାନ। ପୀଡିତାଙ୍କୁ କାମାକ୍ଷାନଗର ମେଡିକାଲରେ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
