ଭଦ୍ରକ ଜିଲ୍ଲାରେ ରାସ୍ତା ଘାଟ ସମସ୍ୟା ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ସହର ର ରାସ୍ତାଘାଟ ସମସ୍ୟା ନେଇ ଭଦ୍ରକ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ ପାଇଛି ଦଳ ର ଜିଲ୍ଲା ମୁଖ୍ଯ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଛନ୍ତି ଯେ ସହରର ବିଭିନ୍ନ ଓ୍ବାର୍ଡ ର ରାସ୍ତାଘାଟ ମରାମତି କରାଯାଉନାହି, ସହରର ଅନତି ଦୂରରେ ଏବେ ନୂଆ ମେଡିକାଲ ସ୍ଥାପନ ହୋଇଛି ମାତ୍ର ଉକ୍ତ ମେଡିକାଲ କୁ ଯିବା ପାଇଁ ସଭିସ ରୋଡ ମଧ୍ଯ ନାହି, ରୋଗୀ ମାନେ ଦୟନୀୟ ହୋଇ ବିପଦପୂର୍ଣ୍ଣ ରାସ୍ତା ରାଜପଥ ଉପରେ ଏବଂ ରାଜପଥ ପାର ହୋଇ ଯାତାୟତ କରିବାକୁ ବାଧ୍ଯ ହେଉଛନ୍ତି ନଳାଙ୍ଗ ଠାରେ ସ୍ଥାପିତ ଭଦ୍ରକ କୋର୍ଟ କୁ ଶହ ଶହ ଓକିଲ ଙ୍କ ସମେତ ପ୍ରତ୍ୟହ ହଜାର ହଜାର ଲୋକ ଯାଉଛନ୍ତି, ମାତ୍ର ଏଠାକୁ ଯିବାକୁ ହେଲେ ରାଜପଥ ହିଁ ପ୍ରମୁଖ ମାଧ୍ୟମ ଏଠାକୁ ଯାତାୟତ ପାଇଁ ସର୍ଭିସ ରାସ୍ତା ର ଆବଶ୍ୟକତା ଜରୁରୀ ଭଦ୍ରକ ଛକ ପ୍ରମୁଖ ସହର ହେଉଛି ବନ୍ତ ଛକ ରାସ୍ତା ନିର୍ମାଣ ର ବହୁ ଅସୁବିଧା ରହିଥିବାର ଆବଶ୍ୟକ ରହିଛି ଯଦି ଦାବୀ ଗୁଡିକ ଖୁବ ଶିଘ୍ର ପୂରଣ କରାନଯାଏ ତାହା ହେଲେ କଂଗ୍ରେସ ରାଜପଥ ଅବରୋଧ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ଯ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର,

Leave a Reply

Your email address will not be published. Required fields are marked *