ଦିବାକର ପାତ୍ର ବି. ଜେ. ଡି ଜିଲ୍ଲା ସଭାପତି
ଦିବାକର ପାତ୍ର ବି. ଜେ. ଡି ଜିଲ୍ଲା ସଭାପତିପୁରୀ,12/2 -ଆଜି ପୁରୀ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର (ବାବୁ )ଙ୍କୁ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି |ଏ ସମ୍ପର୍କରେ ଦଳୀୟ ପ୍ରେସ ରିଲିଜ କରାଯାଇଛି |ଏହି ନିଯୁକ୍ତି ଫଳରେ ସମସ୍ୟା ର ସମାଧାନ ହୋଇପାରିଛି |ଜିଲ୍ଲା ର ଏଗାର ବ୍ଲକ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି |ନିର୍ବାଚନ ସମୟରେ ଏହି ପଦବୀ ର ବହୁତ ଗୁରୁତ୍ୱ ରହିଛି | ବାବୁ ଙ୍କ ରାଜନୈତିକ ଗୁରୁ ସ୍ବର୍ଗତ ମହେଶ୍ୱର ମହାନ୍ତି ଙ୍କ ପରେ ତାଙ୍କ ଶିଷ୍ୟ ଏହି ପଦବୀ ଅଳଙ୍କୃତ କଲେ ବୋଲି ଆଲୋଚନା ହେଉଛି |
