ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ବନବିହାର କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ବନବିହାର କାର୍ଯ୍ୟକ୍ରମ ସହର ସଂନିକଟ ଗୁଣ୍ଡିଚାନାଳି ଗ୍ରାମର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ପୁରାତନ କୀର୍ତ୍ତିରାଜୀ ରାଜତନ୍ତ୍ର ସମୟର ହାତୀ ଗୀର୍ଜା ବୁଲି ଏହାର ଉର୍ନତି ଦିଗରେ ସରକାରୀ ସ୍ତରରେ ପଦକ୍ଷେପ ନେବା ସକାଶେ ଦୃଢ ଦାବି କରାଯାଇଛି l ସମାଜ ପାଠକ ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱ ରେ ସଦସ୍ୟ ମାନେ ହାତୀ ଗୀର୍ଜା ବୁଲି ପୁରାତନ କୀର୍ତିରାଜ ର ପୁନଃରୁଦ୍ଧାର କରାଯିବାକୁ ମତ ପ୍ରକାଶ ପାଇଥିଲା , ୫୦ ରୁ ଉର୍ଦ୍ଧ ସଦସ୍ୟ ଏହି ବନବିହାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ !ଏଥିରେ ବରିଷ୍ଠ ସଦସ୍ୟ ପ୍ରଭାତ କୁମାର ଦାଶ, ମଳୟ ରଞ୍ଜନ ପତି, ମଦନ ମୋହନ ବରାଳ, ଅମର ପ୍ରସାଦ ଶତପଥୀ, ଜ୍ଞାନରଞ୍ଜନ ମିଶ୍ର, ଶରତ ବେହେରା, ନିରଞ୍ଜନ ସାହୁ, ମଣ୍ଟୁ ପ୍ରଧାନ,ପ୍ରକାଶ କୁମାର ପାତ୍ର, ସୌମ୍ୟ ରଞ୍ଜନ ନାୟକ,ପ୍ରହ୍ଲାଦ ମୁଦୁଲି, ଅନିଲ ନାୟକ, ନିହାର ରାଉତ , ମଧୁସୂଦନ ରାଉତ ଏବଂ ସମସ୍ତ ସଦର୍ସ୍ୟ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *