ଦୁଇ ମହିଳା ଲୁଟେରା ଗିରଫ

ପୁରୀ – ଗତ ୮ତାରିଖରେ ପୁରୀ ବଡ଼ଦାଣ୍ଡରେ ଥିବା ବଜାର କୋଲକୋତା ସପିଂ ମଲରେ କେନ୍ଦ୍ରାପଡ଼ାରୁ ବୁଲି ଆସିଥିବା ଦୀପ୍ତି ମଞ୍ଜରୀ ସ୍ବାଇଁଙ୍କ ମହିଳାଙ୍କ ଭ୍ୟାନିଟି ବ୍ୟାଗରୁ ମହିଳା ଚୋର ଗ୍ୟାଙ୍ଗ ୧୧ହଜାର ଟଙ୍କା ଲୁଟି ନେଇଥିଲେ। ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଦୁଇ ମହିଳା ଅଭିଯୁକ୍ତଙ୍କ ଟାଉନ ଥାନା ପୋଲିସ ଗିରଫ କରିଛି। ଉଭୟ ମହିଳା ଦୁଇଜଣ ପଶ୍ଚିମ ବଙ୍ଗ ପ୍ରଦେଶର ହୋଇଥିବା ବେଳେ ତାଙ୍କ ନାଁ ସାବିତ୍ରୀ ସିଂ ଓ ଲକ୍ଷ୍ମୀ ମାଳି ବୋଲି ସୁଚନା ମିଳିଛି। ଉଭୟଙ୍କ ନିକଟରୁ ପୋଲିସ୍ ୩ଟି ମୋବାଇଲ ଫୋନ ସହ ନଗଦ ୩୮୦୦ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *