କେସିଙ୍ଗା ଏନ୍ ଏ ସି ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପନ୍ନ
କେସିଙ୍ଗା ଏନ୍ ଏ ସି ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପନ୍ନ ।ବର୍ତମାନ ରାଜ୍ୟ ସାରା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ଏହି ପରି ପ୍ରେଖିରେ କେସିଙ୍ଗା ଏନ୍ ଏ ସି ମଧ୍ୟ ଦୀର୍ଘ ୬ ଦିନ ଧରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କେସିଙ୍ଗା ଏନ୍ ଏ ସି ର ୧୨ ଟି ୱାର୍ଡ ରେ ପୃଥକ୍ ପୃଥକ୍ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ପଦକ୍ଷେପ ବସ୍ତିବାସିନ୍ଦା ବିକାଶ ସଂକଳ୍ପ ଓ ସହର ବିକାସ କାର୍ଯକ୍ରମ କୁ କେସିଙ୍ଗା ର ବିଉିନ୍ନ ଓ୍ବାଡ ରେ ଛଅ ଦିନ ଧରି ବହୁ ଉଲ୍ଲାସର ସହିତ ପାଳନକରାଯାଇଛି | ମୁଖ୍ୟମନ୍ତ୍ରୀ ଙ୍କ ଆଭିମୁଖ୍ୟ,ଲକ୍ଷ ଓ ଲୋକଙ୍କ ହିତରେ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା | ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ୍ ଯାଦବ ,ରାଜସ୍ବ ନୀରିକ୍ଷକ ପ୍ରଶାନ୍ତି ପ୍ରଧାନ ଓ ବିଭିନ୍ନ ୱାର୍ଡ ର କାଉନସିଲର ମାନେ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ମହିଳା ଓ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |
