ନୂତନ ଅଙ୍ଗନବାଡି ଗୃହ ପ୍ରତିଷ୍ଠା

ଆଜି ପୁରୀ ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ 1 ର ମାଟିତୋଟାରେ ନୂତନ ଅଙ୍ଗନବାଡି ଗୃହ ପ୍ରତିଷ୍ଠା କରାଯାଇଛି । ମାଟିତୋଟା ଅଙ୍ଗନବାଡି କେନ୍ଦ୍ର ଏକ ଭଙ୍ଗା ପକ୍କା ଘରେ ଦୀର୍ଘ ଦିନ ଧରି ଚାଲିଥିଲା। ଗୋଟିଏ ଘରେ ପିଲାମାନେ ବସିବା ସହିତ ରୋଷେଇ ମଧ୍ୟ ହେଉଥିଲା। ଷ୍ଟୋର ଘର ନଥିବା କାରଣରୁ ମୂଷା ପିଲାଙ୍କ ପାଇଁ ମିଳୁଥିବା ଖାଦ୍ୟ ଖାଇ ନଷ୍ଟ କରିଦେଉଥିଲା। ଛୋଟ ଛୋଟ ପିଲାଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନଥିବାରୁ ପିଲାମାନେ ବାହାରେ ମଳ ମୂତ୍ର ତ୍ୟାଗ କରିବା ପାଇଁ ବାଧ୍ୟ ହେଉଥିଲେ। ଏହି ସବୁ ଅସୁବିଧା ଭିତରେ ସ୍ଥାନୀୟ ଲୋକମାନେ ନିଜର ନୂତନ ଅଙ୍ଗନବାଡି ପାଇଁ ଅଣ୍ଟl ଭିଡ଼ିଲେ। ପିଲାମାନଙ୍କ ଅଧିକାର ପାଇଁ କାର୍ଯ୍ୟାଳୟରୁ କାର୍ଯ୍ୟାଳୟ ବାରମ୍ବାର ଦୌଡ଼ି ଆଜି ସଫଳତା ପାଇଲେ। ଶେଷରେ ସମସ୍ତଙ୍କ ସ୍ୱପ୍ନ ପୂରଣ ହେଲା। ଛୋଟ ଛୋଟ କୁନି ଶିଶୁମାନେ ନୂତନ ଅଙ୍ଗନବାଡି ଗୃହରେ ପ୍ରବେଶ କରି ପାଠପଢା ଆରମ୍ଭ କରିଛନ୍ତି।

ନୂତନ ଅଙ୍ଗନବାଡିରେ ରୋଷେଇ ଘର ସହିତ ବାଳିକା ବାଳକ ମାନଙ୍କ ପାଇଁ ଦୁଇଟି ଶୌଚାଳୟର ବ୍ୟବସ୍ଥା ମଧ୍ୟ ରହିଅଛି। ଗ୍ରାମର ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ଦୁର୍ଯ୍ୟୋଧନ ଦାସ ଅଧିକ ପ୍ରଚେଷ୍ଟା କରିଥିଲେ। ଆଜି ଅକ୍ତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, CDPO, ପୁରୀ ପୌରପାଳିକା, ଅଙ୍ଗନବାଡି ଦିଦି ଅନୁସୟା ମହାପାତ୍ର ,ସ୍ଥାନୀୟ ଅଭିଭାବକଙ୍କ ସମେତ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍ – ଆଟାର ସଦସ୍ୟ ମାନେ ଉପସ୍ଥିତ ରହି ନୂତନ ଅଙ୍ଗନବାଡିରେ ପିଲାମାନଙ୍କୁ ପ୍ରବେଶ କରାଇଥିଲେ।

Leave a Reply

Your email address will not be published. Required fields are marked *