ସାହିତ୍ୟ ପତ୍ରିକା ନୀଳକଇଁ ପ୍ରତିଷ୍ଠାନର 16 ତମ ବାର୍ଷିକ ଉତ୍ସବ
ସାହିତ୍ୟ ପତ୍ରିକା ନୀଳକଇଁ ପ୍ରତିଷ୍ଠାନର 16 ତମ ବାର୍ଷିକ ଉତ୍ସବ ଓ ନୀଳକଇଁ ସମ୍ମାନ ସମାରୋହ ଅନୁଷ୍ଠିତଆଙ୍କର – ଜଗତସିଂହପୁର ଜିଲ୍ଲାପାଳ ସମ୍ମୁଖ ପଡିଆରେ ଓଡ଼ିଆ ସାହିତ୍ୟ ପତ୍ରିକା ନୀଳକଇଁ ପ୍ରତିଷ୍ଠାନର 16 ତମ ବାର୍ଷିକ ଉତ୍ସବ ଓ ନୀଳକଇଁ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ନୀଳକଇଁ ର ସମ୍ପାଦିକା ସସ୍ମିତା ଦାସଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ରାଜ୍ୟ ସଭା ସାଂସଦ ମୁନା ଖାଁ, ସାହିତ୍ୟିକ ଡ଼ଃ ଅଜୟ ସ୍ୱାଇଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଉପରେ ଆଲୋଚନା କରାଯିବା ସହିତ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇ ଥିଲା । ପରେ ନୀଳକଇଁ ପରିବାର ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରା ଯିବା ସହିତ ବିଭିନ୍ନ କଳା ପ୍ରତିଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
