ନୂଆଗାଁ ବ୍ଲକ୍ ମାଇଛେଳି ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର
ନୂଆଗାଁ ବ୍ଲକ୍ ମାଇଛେଳି ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ।ନୟାଗଡ଼ ୧୪/୨ ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଚେତନତା ଆମ ଓଡିଶା-ନବୀନ ଓଡିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି..ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ର ୨୫୦୦ ରୁ ଉର୍ଦ୍ଧ ଜନସାଧାରଣ ସଂପଡା ସଦର ମହକୁମା ଅଧୀନରେ ଥିବା ଚିନ୍ତାମଣି ବିଦ୍ୟାପିଠ ହାଇସ୍କୁଲ ପଡିଆ ଠାରେ ଯୋଗଦାନ କରିଥିଲେ । ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ ଯୋଜନା ଉପରେ ପାଲା ଏବଂ ସଂର୍କୀତ୍ତନ ମାଧ୍ୟମରେ କଳାକାରମାନେ ବୁଝେଇବା ସହିତ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ବନ୍ଧରେ ମଞ୍ଚାଶିନ ଅତିଥିମାନେ ଜନ ସାଧାରଣ ମାନଙ୍କୁ ଅବଗତ କରାଇଥିଲେ।..ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ସହ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ,୧୭ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା ,ନୂଆଗାଁ ବ୍ଲକ ବିଡିଓ ବାସୁଦେବ ନାୟକ , ମାଇଛେଳି ଗ୍ରାମପଞ୍ଚାୟତ ସରପଞ୍ଚ ସ୍ବାଗତିକା ପ୍ରିୟଦର୍ଶିନୀ ପ୍ରଧାନ , ଶମାଜ ସେବି ଭିକାରୀ ଚରଣ ସ୍ବାଇଁ , ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ର ଜୁବ ଉପ ସଭାପତି ଗୋଲକ ବିହାରୀ ଗୋଛାୟତ , ପଞ୍ଚାୟତ ର ସମସ୍ତ ଓ୍ବାଡର ଓ୍ବାଡ ମେମ୍ବର ସଭ୍ୟ,ଏମ୍ ବି କେ , ସମସ୍ତ ସି ଆର ପି ,ଅଙ୍ଗନା ବାଡି ଦିଦି ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଟି ଦ୍ଵାରା ଖୋଲା ଯାଇଥିଲା ପିଠା ଷ୍ଟଲ ବିଧାୟକ ଓ ଅତିଥି ମାନେ ବୁଲି ଦେଖିବା ସହିତ ପିଠା ଖାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶୁଚାରୁ ରୁପେ ସଂପାଦନ କରିଥିଲେ ପଞ୍ଚାୟତ ର ବିଜେଡ଼ି ସଭାପତି ଦାଶରଥି ପ୍ରଧାନ।ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ବେହେରା ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ଜନହିତୋସୀ କାର୍ଯ୍ୟକ୍ରମର ବିଷୟରେ କହିବ ସହିତ ଧନ୍ୟବାଦ ଦେଇଥିଲେ । ମାଇଛେଳି ଗ୍ରାମପଞ୍ଚାୟତ ବିକାଶ ଝଲକ ସମ୍ବନ୍ଧରେ କରଯାଇଥିଲା । ସମସ୍ତ ଅତିଥି ମାନଙ୍କ ଦ୍ଵାରା ଆମ ଗାଁ ଆମ ପଞ୍ଚାୟତ ବିକାଶ ପୁସ୍ତକ ଉନ୍ମୋଚନ ହୋଇଥିଲା । ଯାହାକି ପଞ୍ଚାୟତର ଉନ୍ନତି ଓ ବିକାଶ ପୁସ୍ତକରେ ସ୍ଥାନ ପାଇଛି । ଆମ ଓଡିଶା ନବୀନ ଓଡିଶା ରେ ୧୫ ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୧୨୬ ପରିବାର କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ହେବ ସହିତ ୧୬୦ ହିତାଧିକାରୀ ଉପକୃତ ,ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ୨ ଟି ପ୍ରକଳ୍ପ ପାଇଁ ୮ ଲକ୍ଷ ,କାଳିଆ ଯୋଜନାରେ ରେ ୯୨୧ ପରିବାର ଅନ୍ତର୍ଭୁକ୍ତ ,ସାମାଜିକ ସୁରକ୍ଷା ଭତା ରେ ୪୫୨ ହିତାଧିକାରୀ ,ମିଶନ ଶକ୍ତି ରେ ୮୬ ଗୋଷ୍ଠୀଙ୍କୁ ୪୦୪.୬୫ ଲକ୍ଷ ବିନା ସୁଧରେ ଋଣ , ଓଡ଼ିଶା ରାଜ୍ୟ ସରକାର ଙ୍କ ଦ୍ଵାରା ୪୫ ପରିବାର କୁ ରାସନ୍ କାର୍ଡ,ମମତା ଯୋଜନା ରେ ୭୮୫ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା ।ପଞ୍ଚାୟତରେ ମୋ ବ୍ୟାଙ୍କ ଦ୍ଵାରା ଆଥିକ ଅନ୍ତର୍ଭୁକ୍ତ କରଣ ,ଲକ୍ଷ୍ମୀ ଯୋଜନାରେ ଫେବ୍ରୁଆରୀ ରୁ ଲକ୍ଷ୍ମୀ ବସ ସେବା । ଏ ସମସ୍ତ ଜନହିତ କାରି ଯୋଜନା ବିଷୟରେ ସମସ୍ତ ଜନ ସାଧାରଣଙ୍କୁ ଅବଗତ କରଯାଇଥିଲା ।
