ଚନ୍ଦନ କାଠ ନେଇ ଯାଉଥିବା ଯାତ୍ରୀ ବାହୀ ଅଟୋ ଜବତ, ଜଣେ ଗିରଫ

ପାଟଣା :କେନ୍ଦୁଝର ପାଟଣା ବନାଞ୍ଚଳ ଅନ୍ତର୍ଗତ ଭାଲିଆଡିହା ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପାଟଣା ବନ ବିଭାଗ ପକ୍ଷରୁ ଜବତ କରାଯାଇଛି।ଖବର ଅନୁଯାୟୀ ଆଜି ଦିନ ୧୧ ସମୟରେ ଏକ ଅଟୋ ଯୋଗେ ଗୋଟିଏ ବସ୍ତାରେ ଚନ୍ଦନ କାଠ ଭର୍ତ୍ତି କରି ଚୋରା ଚାଲାଣ କରାଯାଉଥିବା ସମୟରେ ପାଟଣା ବନ ବିଭାଗ ଏହି ଅଟୋଟିକୁ ଜବତ କରିଛି। ଏହା ସହ ଟିକେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଥିବା ଜଣାପଡିଛି।ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ ଓ ପାଟଣା ବନପାଳ ମୋହିନୀ ମହାନ୍ତଙ୍କ ଚଢାଉ ସମୟରେ ଏହି ଅଟୋରୁ ଆଉ ଜଣେ ବ୍ୟକ୍ତି ଦୌଡ଼ି ପଳାଇ ଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *