ନୂଆ-ଓ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ
ନୂଆ-ଓ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତମହିଳା ବର୍ଗରେ ବଲାଙ୍ଗୀର ଓ ପୁରୁଷ ବର୍ଗରେ କେନ୍ଦ୍ରାପଡା ଚମ୍ପିୟାନପୁରୀ ୧୩/୨ ନୂଆ-ଓ ଯୁବବର୍ଗ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଉନ୍ମେଷ ଦିଗରେ ଫଳପ୍ରଦ ହୋଇଛି ବୋଲି କହିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା।ଆଜି ଜଗନ୍ନାଥ ଷ୍ଟାଡିୟମ ପରିସରରେ ନୂଆ-ଓ ମାଧ୍ୟମରେ ହେଉଥିବା ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଶ୍ରେଷ୍ଠ ଦଳକୁ ମୁଖ୍ୟ ଅତିଥି ରୂପେ ପୁରସ୍କୃତ କରିବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ସୁସ୍ଥ ଓ ମାନସିକ ଦୃଢ଼ତା ପାଇଁ କ୍ରୀଡା ସବୁବେଳେ ଜରୁରୀ ହୋଇଥାଏ।କ୍ରୀଡା ଶୃଙ୍ଖଳା ଓ ଭାଇଚାରାର ଶିକ୍ଷା ଦେଇଥାଏ। କ୍ରୀଡା ଓ କ୍ରୀଡାବିତ ଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।ଆମ ରାଜ୍ୟ ସମଗ୍ର ବିଶ୍ୱରେ କ୍ରୀଡା ପାଇଁ ସୁନାମ ପାଇଛି ବୋଲି କହିବା ସହ ସମସ୍ତ କ୍ରୀଡାବିତ ମାନ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସକ ଜ୍ୟୋତି ଶଙ୍କର ମହାପାତ୍ର,କ୍ରୀଡା ବିଭାଗର ଓଏସଡି ଡଃ ସ୍ୱରୂପାନନ୍ଦ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ଙ୍କ ପ୍ରତିଭା ର ବିକାଶ ଓ କ୍ରୀଡା କ୍ଷେତ୍ରରେ ସେମାନ ଙ୍କୁ ସୁଦକ୍ଷ କରିବାକୁ ନୂଆ-ଓ ଏକ ସଫଳ ମାଧ୍ୟମ ବୋଲି କହିଥିଲେ। ମହିଳା ବର୍ଗରେ ବଲାଙ୍ଗୀର ଜିଲ୍ଲା ଓ ପୁରୁଷ ବର୍ଗରେ କେନ୍ଦ୍ରାପଡା ଜିଲ୍ଲା ପ୍ରଥମ ହୋଇଥିବାରୁ ୨ ଲକ୍ଷ ଲେଖାଏଁ ଟଙ୍କା ,ମହିଳା ବର୍ଗରେ ନବରଙ୍ଗପୁର ଜିଲ୍ଲା ଓ ପୁରୁଷ ବର୍ଗରେ ନୟାଗଡ଼ ଜିଲ୍ଲା ୨ ୟ ହୋଇଥିବାରୁ ୧ଲକ୍ଷ ଟଙ୍କା ଲେଖାଏଁ, ମହିଳା ଓ ପୁରୁଷ ବର୍ଗରେ ସୁନ୍ଦରଗଡ ଜିଲ୍ଲା ୩ୟ ହୋଇ ଥିବାରୁ ୫୦ ହଜାର ଟଙ୍କା ଲେଖାଏଁ ଓ ମହିଳା ବର୍ଗରେ କୋରାପୁଟ ଜିଲ୍ଲା ଓ ପୁରୁଷ ବର୍ଗରେ ନବରଙ୍ଗପୁର ଜିଲ୍ଲା ୪ର୍ଥ ହୋଇ ଥିବାରୁ ୫୦ ହଜାର ଟଙ୍କା ଲେଖାଏଁ ସହ ମାନପତ୍ର ଓ ଟ୍ରଫି ଦେଇ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।ଶ୍ରେଷ୍ଠ ଖେଳାଳୀ ଭାବେ ମହିଳା ବର୍ଗରେ ବଲାଙ୍ଗୀର ଜିଲ୍ଲାର ଅନନ୍ୟା ମିଶ୍ର ଓ ପୁରୁଷ ବର୍ଗରେ କେନ୍ଦ୍ରାପଡା ଜିଲ୍ଲାର ସନ୍ତୋଷ କୁମାର ପ୍ରଧାନଙ୍କୁ ମଧ୍ୟ ୧୦ ହଜାର ଟଙ୍କା, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ପୁରୀ ରେ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଶୃଙ୍ଖଳିତ ଭାବେ ସମାପନ ହୋଇ ଥିବାରୁ ଜିଲ୍ଲାପାଳ ବିଜୟ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଛନ୍ତି।
