ଭଦ୍ରକ ଜିଲ୍ଲା ଗାୟତ୍ରୀ ଶକ୍ତି ପୀଠ ର ୧୭ ତମ ବାର୍ଷିକ ଉତ୍ସବ
ଆଜି ଭଦ୍ରକ ଜିଲ୍ଲା ଗାୟତ୍ରୀ ଶକ୍ତିପୀଠ ଶାନ୍ତିଧାମ, ଜଳଙ୍ଗା ର ୧୭ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶାଳ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସହ ବିବିଧ ସଂସ୍କାର ସମ୍ପନ୍ନ କରାଯିବ। ଏହି ଅବସରରେ ଆଜି ଶତାଧିକ ମା ଓ ଭଉଣୀ ମାନଙ୍କ ଦ୍ଵାରା ଭବ୍ୟ କଳସ ଶୋଭା ଯାତ୍ରା କରାଯାଇଥିଲା । ସନ୍ଧ୍ୟାରେ ପାଲା ପରିବେଷଣ କରାଯାଇଥିଲା । ଆସନ୍ତା କାଲି ନବ କୁଣ୍ଡୀୟ ଯଜ୍ଞ ସହ ସନ୍ଧ୍ୟାରେ ପୂଜ୍ୟ ପୂଜା ଓ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରଜ୍ଞା ପରିଜନ ଯୋଗଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ବୋର୍ଡ ର ମୁଖ୍ୟ ଟ୍ରଷ୍ଟି କୈଳାଶ ଚନ୍ଦ୍ର ମହାନ୍ତି, ଆଲୋକ ରଂଜନ ମୁଖାର୍ଜୀ,ବଂଶୀଧର ସାହୁ , ମନୋଜ କୁମାର ଘଡ଼ାଇ, ବାସନ୍ତୀ ବେହେରା, ବନାନୀ ବାରିକ, ସୁହାଶିନି ଜେନା , ସଙ୍ଗୀତରେ ଉମାକାନ୍ତ ସାହୁ, ଶାନ୍ତିଲତା ସାମଲ, ମଇନା ପାତ୍ର ଓ ଶକ୍ତିପୀଠର ବ୍ୟବସ୍ଥାପକ ଶ୍ରୀଯୁକ୍ତ ପ୍ରକାଶ ରଂଜନ ବେହେରା ପରିଚାଳନା କରିଥିଲେ । ବିଶେଷ ଭାବରେ ବେଦ ମୂର୍ତ୍ତି ତପୋନିଷ୍ଠ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଙ୍କ ସୂକ୍ଷ୍ମ ସଂରକ୍ଷଣରେ କରାଯାଇଛି ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ reporter
